Site icon Odisha.com

ଭୁବନେଶ୍ୱରରେ ବାର୍ଡ଼ଫ୍ଲୁ ଚିହ୍ନଟ, ସତର୍କତା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଭୁବନେଶ୍ୱରରେ ବାର୍ଡ଼ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଥିବା ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଶନିବାର କହିଛନ୍ତି ।

କେନ୍ଦ୍ରୀୟ କୁକୁଡ଼ା ଉନ୍ନୟନ ସଂସ୍ଥା ପରିସରରେ କେତେକ କୁକୁଡ଼ା ମରିବା ପରେ ସେମାନଙ୍କ ନମୂନା ପରୀକ୍ଷା ପାଇଁ ଭୋପାଳ ପରୀକ୍ଷାଗାରକୁ ପଠାଯାଇଥିଲା ।

ସେଥିରୁ ଗୋଟିଏରେ ଏଚ୍୫ଏନ୍୧ ଭୂତାଣୁ ଚିହ୍ନଟ ହୋଇଥିବା ପଶୁସଂପଦ ବିଭାଗର ନିର୍ଦ୍ଦେଶକ ବେଣୁଧର ଦ।ସ ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ଏସଂପର୍କରେ ଶୁକ୍ରବାର ସୂଚନା ମିଳିବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଉକ୍ତ ସଂସ୍ଥାର ତିନି
କିମି ପରୀସିମା ମଧ୍ୟରେ କୁକୁଡ଼ା ନେବା ଆଣିବା ଉପରେ କଟକଣା ଜାରି କରାଯାଇଛି ।

ବାର୍ଡ଼ଫ୍ଲୁ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ମୋବାଇଲ ଟିମ୍ ଗଠନ କରାଯାଇଛି । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା କେରଙ୍ଗ ଏବଂ ମୟୁରଭଂଜ ଜିଲ୍ଲା ବେତନଟୀରେ ବାର୍ଡ଼ଫ୍ଲୁ ଭୂତାଣୁ ଚିହ୍ନଟ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version