ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ନୂଆଦିଲ୍ଲୀ, ଫେବୃୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ସମେତ ଦେଶର ୨୫ଟି ସହରର ନାମ
ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ମଂଜୁରୀ ପ୍ରଦାନ କରିଛନ୍ତି ।
ଏଥିରେ ରାଜ୍ୟରଦୁଇଟି ସହର ରହିଥିବା ବେଳେ ଏଣିକି ଫୁଲବାଣୀ ସହରର ନାମ ବୌଦ୍ଧ କନ୍ଧମାଳ
ଏବଂ ସୋନପୁରର ନାମ ସୁବର୍ଣ୍ଣପୁର ହେବ । ଲୋକଙ୍କ ଭାବପ୍ରବଣତାକୁ ଦୃଷ୍ଟିରେ ରଖି ଏଭଳି
ସଂଶୋଧନ କରାଯାଇଛି ।
ସେହିପରି କେରଳର ସର୍ବାଧିକ ୧୭ଟି, ପଞ୍ଜାବର ୪ଟି ଏବଂ ମଧ୍ୟପ୍ରଦେଶର ୨ଟି ସହରର ନାମ
ସଂଶୋଧନ ପ୍ରସ୍ତାବ ମଂଜୁରୀ ଲାଭ କରିଛି ।
ଓଡ଼ିଶା ଡ଼ଟ୍ କମ୍