ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ଭୋଟ୍ ବାକ୍ସ ଲୁଟ୍, ବୁଥ୍ ଦଖଲ ଭଳି ବିଭିନ୍ନ ଘଟଣା ଯୋଗୁଁ ଭୋଟ୍ ଦାନ ବାଧାପ୍ରାପ୍ତ ହୋଇଥିବା ୫୭ଟି ବୁଥ୍ ରେ ସାନି ମତଦାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ଦଶଟି ଜିଲ୍ଲାର ୧୪ଟି ବ୍ଲକ ଅନ୍ତର୍ଗତ ୩୦ଟି ପଞ୍ଚାୟତରେ ଏହି ମତଦାନ ହେବ । ପୁରୀ ଜିଲ୍ଲାର ସର୍ବାଧିକ ୩୧ଟି ବୁଥ୍ ରେ ଏହି ମତଦାନ ହେବ ବୋଲି କମିଶନ ପକ୍ଷରୁ ରବିବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପାଞ୍ଚଟି ପର୍ଯ୍ୟାୟରେ ଏହି ସାନି ମତଦାନ ହେବ । ୧୪ ତାରିଖରେ କଟକ ଜିଲ୍ଲା ବାରଙ୍ଗ ବ୍ଲକ ନଗରୀର ଛଅ ନମ୍ବର ବୁଥ୍, ୧୬ରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ନିଆର ଛଅ ନମ୍ବର ବୁଥ୍, ୧୮ରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଧୁଷୁରୀ ୫ନମ୍ବର, ଜୟନର ୧,୩,୪ ନମ୍ବର, ଅର୍ଜୁନପୁର ୩ନମ୍ବର, ଯାଜପୁର ଜିଲ୍ଲାର ଦୁଇଟି ବୁଥ୍ ।
ସେହିପରି ପୁରୀ ଜିଲ୍ଲାର ସମସ୍ତ ୩୧ଟି ବୁଥ୍, କେନ୍ଦୁଝର ଜିଲ୍ଲା ଘଷିପୁର ବ୍ଲକ ପାଣ୍ଡୁଆର ୨ ନମ୍ବର ବୁଥ୍ ଏବଂ ଶାଳେଇର ୧୨ ନମ୍ବର ବୁଥ୍ ରେ, ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ ଅନ୍ତର୍ଗତ ହରିଡ଼ାପର, ବାରଗ୍ରାମ, ଗଙ୍ଗାପୁର ବୁଥ୍ ରେ ୧୯ ତାରିଖରେ ସାନି ମତଦାନ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।
ଓଡ଼ିଶା ଡ଼ଟ୍ କମ୍