ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଔଷଧ, ମଦ ମୃତ୍ୟୁ ଘଟଣାରେ ସୋମବାର ଆଉ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।
କମିଶନରେଟ୍ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ଏବଂ ଏହି ସମୟରେ ବହୁ ପରିମାଣର ମଦ ମଧ୍ୟ ଜବତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କୁହାଯାଇଛି ।
କଟକ ବଡ଼ ଡ଼ାକ୍ତରଖାନା ଏବଂ ହାଇଟେକ୍ ମେଡ଼ିକାଲରେ ବର୍ତମାନ ଛଅ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ସେମାନଙ୍କ ଅବସ୍ଥାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେଉଥିବା କୁହାଯାଇଛି ।
ସଂପୃକ୍ତ ଦୁଇ ଜିଲ୍ଲା ଭଳି ଦୁର୍ଭାଗ୍ୟଜନକ ଘଟଣା ଯେପରି ନଘଟେ ସେଥିପାଇଁ ଗୃହ, ସ୍ୱାସ୍ଥ୍ୟ ଏବଂ ଅବକାରୀ ବିଭାଗ ଅଧିକ ସମନ୍ୱୟ ରଖି କାର୍ଯ୍ୟ କରିବା ସହିତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରାସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍