Site icon Odisha.com

ବିଷ୍ଣୁପଦଙ୍କ “କୁଆଡେ ଯିବି” ପୁସ୍ତକ ଉନ୍ମୋଚିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ବିଶିଷ୍ଟ ପ୍ରଶାସକ ତଥା କବି ବିଷ୍ଣୁପଦ ସେଠୀଙ୍କ ଇଂରାଜୀ କବିତା ସଂକଳନ “ହ୍ୱେୟାର ସାଲ୍ ଆଇ ଗୋ”ର ଓଡିଆ ଅନୁବାଦ “କୁଆଡେ ଯିବି” ଉନ୍ମୋଚିତ ହୋଇଯାଇଅଛି ।

ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଶିକ୍ଷାବିତ ପର୍ଶୁରାମ ସ୍ୱାଇଁ ଉକ୍ତ କବିତା ସଂକଳନର ଓଡିଆ ଅନୁବାଦ କରିଛନ୍ତି ।

ଲାର୍କବୁକ୍ସ ପ୍ରକାଶନ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ଉନ୍ମୋଚନ ସଭାରେ “ଚିର ସନ୍ଧାନ” ସମ୍ପାଦକ ଅଧ୍ୟାପକ ପାର୍ଥସାରଥି ଅଜୟ ବାରିକ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଲେ ଯେ, ବିଷ୍ଣୁପଦ ବାବୁଙ୍କ ନାମରେ କବିତାର ଝଙ୍କାର ସୃଷ୍ଟିହୁଏ ।

ତାଙ୍କ କବିତାର ଜୀବନ ଦର୍ଶନ ପାଠକର ପ୍ରାଣକୁ ଅନ୍ଦୋଳିତ କରେ । ଅନୁବାଦ ଏକ ସର୍ଜନଶୀଳ କଳା । ଏହାର ସଫଳ ଅନୁବାଦ କରି ପର୍ଶୁରାମ ବାବୁ ସମସ୍ତଙ୍କର ପ୍ରିୟ ଭାଜନ ହୋଇଛନ୍ତି । ସୋହେଲ୍ ଅକ୍ତାର ଉକ୍ତ ପୁସ୍ତକଟିର ମଧ୍ୟ ଉର୍ଦ୍ଧୁ ଅନୁବାଦ କରିଛନ୍ତି ।

ବିଶିଷ୍ଟ ପ୍ରଶାସକ ତଥା ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଶ୍ଚବରେ ଅନ୍ୟତମ ଆଲୋଚକ ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ଡଃ ପ୍ରମୋଦ ମହାନ୍ତି ଯୋଗ ଦେଇ ପୁସ୍ତକଟିର ତାତ୍ତ୍ୱିକ ବିଶ୍ଳେଷଣ କରିଥିଲେ ।

ପ୍ରାରମ୍ଭରେ କବି ପର୍ଶୁରାମ ସ୍ୱାଇଁ ସ୍ୱାଗତ ଭାଷଣ ଓ କବି ବିଷ୍ଣୁପଦ ସେଠୀ ପୁସ୍ତକ ସମ୍ବନ୍ଧରେ ସୂଚନା ପ୍ରାଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ମଦଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ପଦ୍ମଭୂଷଣ କବି ରମାକାନ୍ତ ରଥ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରକାଶକ ମହେନ୍ଦ୍ର ମିଶ୍ର ଧନ୍ୟବାଦ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version