ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ଅବକାରୀ ବିଲ୍ ୨୦୦୫କୁ ତୁରନ୍ତ ଅନୁମୋଦନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ସେ ଏ ସଂପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ପି. ଚିାମ୍ବରମ୍ଙ୍କ ସହିତ ଟେଲିଫୋନ୍ ଯୋଗେ ଆଲୋଚନା
କରିଛନ୍ତି । ଦୀର୍ଘ ତିନି ବର୍ଷ ହେଲା ଏହି ବିଲ୍ ରାଷ୍ଟ୍ରପତି ଭବନରେ ପଡିରହିଛି । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ତାହା ଆଇନରେ ପରିଣତ ହେବ ।
ବିହାର ଓଡ଼ିଶା ଅବକାରୀ ଆଇନ ୧୯୧୫ ଏବେ ସୁଦ୍ଧା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବେଳେ ଏହି ଆଇନରେ ଚୋରା ମଦ ବେପାରୀଙ୍କ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ନାହିଁ । ରାଜ୍ୟ ସରକାର ଓଡ଼ିଶା ଅବକାରୀ ବିଲ୍ ୨୦୦୫ ବିଧାନସଭାରେ ପାରିତ କରି ତାହା ସ୍ୱରାଷ୍ଟ୍ର ବିଭାଗକୁ ୨୦୦୯ ଜାନୁଆରୀରେ ପଠାଇଥିଲେ ।
ନୂତନ ଆଇନରେ ଅବକାରୀ ମାମଲା ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା, ଚୋରା ମଦ ବେପାରୀଙ୍କ ସଂପତ୍ତି ବ୍ୟାଜାପ୍ତ ଭଳି ଦଣ୍ଡର ବ୍ୟବସ୍ଥା ରହିଛି । ତେଣୁ ଏହି ବିଲ୍ କିଭଳି ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବ ସେ ଦିଗରେ ପକ୍ଷେପ ନେବାକୁ ନବୀନ ଚିାମ୍ବରମ୍ଙ୍କୁ ଅନୁରୋଧ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍