ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ବୁଧବାର ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅନ୍ତର୍ଗତ ତିନୋଟି ବୁଥ୍ରୁ ମାଓବାଦୀମାନେ ଭୋଟ୍ ବାକ୍ସ ଏବଂ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି ।
ତ୍ରିଲୋଚନପୁର ପଂଚାୟତର ଲଡ଼ାଙ୍ଗ, ଗଉଡ଼ଗୁଆଗୁଡ଼ା ଏବଂ ହରିଡ଼ାଗୁଡ଼ା ସ୍ଥିତ ବୁଥ୍ରୁ ସେମାନେ ଏହି ସବୁ ସାମଗ୍ରୀ ନେଇଯାଇଛନ୍ତି । ଏହି ଘଟଣା ପରେ ପୋଲିସ ଓ ଏସ୍ଓଜି ଯବାନମାନେ କୁମ୍ବିଂ ଅପରେଶନ ଚଳାଇଛନ୍ତି ।
ସେହିପରି ଜଗତସିଂହପୁର ଜିଲ୍ଲା ବଗିଆ ପଂଚାୟତରରେ ଭୋଟ୍ ଗ୍ରହଣରେ ଜାଲିଆତି ହେଉଥିବା ଅଭିଯୋଗ କରି ଲୋକମାନେ ସାତଟି ଭୋଟ୍ ବାକ୍ସ ପାଣିକୁ ଫିଙ୍ଗି ଦେଇଛନ୍ତି ।
ସକାଳ ୭ଟାରୁ ରାଜ୍ୟର ୭୯ଟି ବ୍ଲକରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଛି ।
ଓଡ଼ିଶା ଡ଼ଟ୍ କମ୍