ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ
ଭଦ୍ରକ, ଫେବୃୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ୧୧ଦଫା ଦାବୀନେଇ ଗୁରୁବାର ଭଦ୍ରକ ବ୍ଲକ ଅଙ୍ଗନୱାଡ଼ି କର୍ମୀ ସଂଗଠନ ପକ୍ଷରୁ ସମନ୍ୱିତ ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୀର୍ଘ ସମୟ ଧରି ତାଲା ପକାଇ ଦିଆଯାଇଛି ।
ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ମହମ୍ମଦ ଅଜଫର ଘଟଣାସ୍ଥଳରେ ପହଂଚି ଆସନ୍ତାଦୁଇଦିନ ମଧ୍ୟରେ
ସମସ୍ୟାର ସମାଧାନ ହେବାର ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ସଂପୃକ୍ତ ବିଭାଗ ପକ୍ଷରୁ ସେମାନଙ୍କୁ ୬ମାସର ଦରମା,୧ବର୍ଷର ଟିଏ ଓ ଡ଼ିଏ,ଦିଆଯାଇ ନାହିଁ । ଏପରିକି ସେମାନଙ୍କ ବର୍ଷକର ସକାଳ ଟିଫିନ ଟଙ୍କା ଓ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଡ଼ଲି ଟଙ୍କା ବାକି ପଡ଼ିଥିବା ସେମାନେ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ।
ଏଣୁ ସ୍ୱୟଂ ସହାୟିକା ଗୋଷ୍ଠୀ କରିଥିବା ଚୁକ୍ତିନାମାର ଏକ ହଜାର ଟଙ୍କା ଫେରସ୍ତ ସହ ପାଚିକା ମଜୁରୀ ବୃଦ୍ଧି କରିବା, ନୂତନ କେନ୍ଦ୍ର ମାନଙ୍କୁ ଆସବାବପତ୍ର ଦିଆଯିବା,ପ୍ରତିମାସ ରିପୋର୍ଟ ବାବଦକୁ ରେଜିଷ୍ଟର ଯୋଗାଇ ଦିଆଯିବା ସହ ଏହି ବ୍ଲକରେ ଜଣେ ସ୍ଥାୟୀ ସିଡ଼ିପିଓଙ୍କ ନିଯୁକ୍ତି ନେଇ ଆନ୍ଦୋଳନକାରୀମାନେ ଆନ୍ଦୋଳନ ଜାରୀ ରଖିଥିଲେ ।
ଗତ ପ୍ରାୟ ଏକ ବର୍ଷ ହେଲା ବ୍ଲକରେ ଉକ୍ତ ପଦ ଖାଲି ପଡ଼ିଥିବା ବେଳେ ବର୍ତମାନର ସୁରକ୍ଷାଧିକାରିଣୀ ଯୋଜନା ଅଧିକାରୀଙ୍କ ଦାୟିତ୍ୱ ସହ ସିଡ଼ିପିଓଙ୍କ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି ।
ବ୍ଲକ ଓ ପୌରାଂଚଳରେ ଥିବା ୪୫୦ଟି ଅଙ୍ଗନୱାଡ଼ି କେନ୍ଦ୍ରର ୯ଶହ କର୍ମୀଙ୍କ ପାଇଁ ଆଠଟି
ଆକାଉଂଟଟାନ୍ଟ ରହିଥିବାବେଳେ ବିଭାଗୀୟ ପାଧିକାରୀଙ୍କ ସହ ୩ଜଣ ମଞୁରୀପ୍ରାପ୍ତ ପଦ ଖାଲି ପଡ଼ିଥିବା ଯୋଜନା ଅଧିକାରୀ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍