Site icon Odisha.com

ଲୋକନୃତ୍ୟ ମାଧ୍ୟମରେ ଏଡ଼୍ସ ସଚେତନତା ପାଇଁ କର୍ମଶାଳା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ଗ୍ରାମାଂଚଳରେ ବସବାସ କରୁଥିବା ଲୋକ ମାନଙ୍କୁ ଏଚ୍ଆଇଭି/ଏଡ଼୍ସ ବିଷୟରେ ସଚେତନତା କରାଇବା ପାଇଁ ଲୋକନୃତ୍ୟ ଦଳ ଗୁଡ଼ିକର କର୍ମଶାଳା ଆୟୋଜିତ ହୋଇଯାଇଛି ।

ଗତ ୧୪ ତାରିଖରୁ ରାଜ୍ୟ ଏଡ଼୍ସ ନିୟନ୍ତ୍ରଣ ସମିତି ପକ୍ଷରୁ ଆୟୋଜନ କରାଯାଇଥିବା ଏହି କର୍ମଶାଳାରେ ସଂଗୀତ ଏବଂ ନାଟକ ଦ୍ୱାରାସ୍ୱୀକୃତିପ୍ରାପ୍ତ ପ୍ରାୟ ୩୦ଟି ଦଳ ଅଂଶ ଗ୍ରହଣ କରିଥିଲେ ।

ଘୋଡ଼ାନାଚ, ଘୁଡ଼ୁକି, ଦାସକାଠିଆ, ପାଲା, ସମ୍ବଲପୁରୀ, ଆଦିବାସୀ ନୃତ୍ୟ ଭଳି ବିଭିନ୍ନ ଲୋକନୃତ୍ୟ ଦଳ ଏଚ୍ଆଇଭି/ ଏଡ଼୍ସ ବାର୍ତା ନେଇ ନିଜନିଜ ଶୈଳୀରେ ପରିବେଷଣ କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଆଠଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରାଯିବ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଠାରେ ଆୟେଜିତ ଏହି କର୍ମଶାଳାକୁ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୋଦ ମେହେର୍ଦ୍ଦା ଉଦଘାଟନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version