Site icon Odisha.com

ଭାଟ୍ ବୃଦ୍ଧି ନେଇ ବିଧାନସଭାରେ ହଟ୍ଟଗୋଳ, ମୁଲତବୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୨(ଓଡ଼ିଶା ଡ଼ଟ୍ କମ୍) ବୁଧବାର ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଭାଟ୍ ବୃଦ୍ଧି ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ବାରମ୍ବାର ମୁଲତବୀ ହୋଇଛି ।

ଗୃହ କାର୍ଯ୍ୟ ଆରମ୍ଭର କିଛି ସମୟ ପରେ ବିରୋଧୀ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବଜେଟ୍ ଉପସ୍ଥାପନ ହେବାକୁ ଥିବା ବେଳେ ସରକାର କିଭଳି ଏହାପୂର୍ବରୁ ଭାଟ୍ ବୃଦ୍ଧି ନିଷ୍ପତି ନେଲେ ବୋଲି କଂଗ୍ରେସ ବିଧାୟକମାନେ କହିଥିଲେ ।

ଏହାବ୍ୟତୀତ ବିଧାୟକଙ୍କ ସୁରକ୍ଷା ଉପରେ ସ୍ୱତନ୍ତ୍ର ଆଲୋଚନା କରାଯାଉ ବୋଲି ସେମାନେ କହିଥିଲେ ।

ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ୧୦ଟା ୪୫ରୁ ୧୨ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ପରେ ପୁଣିଥରେ
ଗୃହକାର୍ଯ୍ୟ ଆରମ୍ଭ ହୋବା ପରେ ସେହି ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ପୁଣି ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଥିଲା ।

ତିନିଟାରେ ଗୃହ କାର୍ଯ୍ୟ ପରିଚାଳନା ପାଇଁ ବାଚସ୍ପତି ଆସିଥିବା ବେଳେ ବିରୋଧୀ ବିଧାୟକମାନେ ପୁଣି ହଟ୍ଟଗୋଳ କରିବାରୁ ୩୦ ମିନିଟ ପାଇଁ ମୁଲତବୀ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version