ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଫେବୃୟାରୀ ୨୩(ଓଡ଼ିଶା ଡ଼ଟ୍ କମ୍) ଚଳିତ ପଂଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ପାଇଁ ଦଳୀୟ ନିର୍ବାଚନ ହୋଇଥିବାରୁ ବିଭିନ୍ନ ରାଜନୈତିକ ଦଳ ପାଇଥିବା ଆସନ ଗୁଡ଼ିକ ଗୁରୁବାର ରାଜ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।
ସମୁାୟ ୮୫୪ ଜିଲ୍ଲା ପରିଷଦ ଜୋନ୍ ପାଇଁ ନିର୍ବାଚନ ହୋଇଥିବା ବେଳେ ୮୫୧ଟି ଆସନର ଫଳ ପ୍ରକାଶ ପାଇଛି । ସେଥିମଧ୍ୟରୁ ବିଜେଡି ୬୫୧, କଂଗ୍ରେସ ୧୨୮, ବିଜେପି ୩୬,ସିପିିଆଇ ୨, ସିପିଏମ୍ ୧ ଓ ଜେଏମ୍ଏମ୍ ୧୧ଟି ଆସନ ପାଇଛନ୍ତି ।
ଏହାବ୍ୟତୀତ ସ୍ୱାଧୀନ ପ୍ରାର୍ଥୀମାନେ ୨୨ଟି ଆସନରେ ବିଜୟୀ ହୋଇଛନ୍ତି । ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୨୭ଟିର ସ୍ଥିତି ସ୍ପଷ୍ଟ ହୋଇଛି ।
ବିଜେଡି ୨୬ ଜିଲ୍ଲାରେ ଏବଂ କଂଗ୍ରେସ କେବଳ ଝାରସୁଗୁଡ଼ାରେ ଜିଲ୍ଲା ପରିଷଦ ଗଠନ କରିବକୁ ଥିବା ବେଳେ କୋରାପୁଟ, କନ୍ଧମାଳ ଓ ଗଜପତି ଜିଲ୍ଲାରେ କୌଣସି ଳକୁ ବହୁମତ ମିଳିନଥିବାରୁ ପରିଷଦ ଗଠନ ଘେନି ଅନିଶ୍ଚିତତା ଖୋେଇଛି ।
ଓଡ଼ିଶା ଡ଼ଟ୍ କମ୍