ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବାରିପା,ଫେବଢୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ମୟୁରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ବେଆଇନ ଭାବେ ବନ୍ୟଜନ୍ତୁ ଶିକାର କରିବା ଅଭିଯୋଗ ସ୍ଥାନୀୟ ବନ ବିଭାଗ ୩୬ ଜଣଙ୍କୁ ଗିରଫ କରିଥିବା ଜଣେ ଅଧିକାରୀ ଶନିବାର କହିଛନ୍ତି ।
ଅଭୟାରଣ୍ୟର ନିକଟସ୍ଥ ନାଉବୁଡ଼ା ଗ୍ରାମ ନିକଟରରେ ଶୁକ୍ରବାର ଏହି ବ୍ୟକ୍ତିମାନେ ଶିକାର କରି ଫେରୁଥିବା ବେଳେ ଚଢାଉ କରି ସେମାନଙ୍କୁ ଗିରଫ କରିବା ସହ ଦେଶୀ ବନ୍ଧୁକ, ଧନୁ, ତୀର ଓ ମାସ ଜବତ କରିଥିବା ଜଣେ ଅଧିକାରୀ କହିଛନ୍ତି ।
ଗିରଫ ଶିକାରୀମାନେ ନିକଟସ୍ଥ ଅଂଚଳର ହୋଇଥିବା ବେଳେ ଗତ ଗୁରୁବାର ଶତାଧିକ ଲୋକ ଶିମିଳିପାଳରେ ପ୍ରବେଶ କରିଥିଲେ । ଏହି ଖବର ଜାଣିବା ପରେ ବନ ବିଭାଗ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଜଗି ରହିଥିଲେ ।
ଗତ ତିନିଦିନ ଧରି ଶିକାରୀମାନେ ଅଭୟାରଣ୍ୟରେ ବିଭିନ୍ନ ବନ୍ୟଜନ୍ତୁଙ୍କ ଶିକାର କରିବା ପରେ ଶୁକ୍ରବାର ନିଜନିଜ ଗ୍ରାମକୁ ଫେରୁଥିବା ବେଳେ ପୂର୍ବରୁ ଜଗିରହିଥିବା ଅଧିକାରୀମାନେ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ।
ଓଡ଼ିଶା ଡ଼ଟ୍ କମ୍