ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ନବ ଗଠିତ ରାଜ୍ୟ ଚିକିତ୍ସା ପାଣ୍ଠି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଜିଲ୍ଲାପାଳ ମାନଙ୍କୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ପରାମର୍ଶ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମ ଗରିବ ଲୋକମାନଙ୍କ ପାଇଁ ଜରୁରୀ ଆବଶ୍ୟକତା । ତେଣୁ ଏହି ସଂପର୍କିତ ଆବେଦନକୁ ମାନବିକତାର ସହ ବିଚାର କରି ଠିକ୍ ସମୟରେ ସହାୟତା ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।
ଏହି ପାଣ୍ଠି ସଂପର୍କରେ ଜନ ସଚେତନତା ପାଇଁ ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେବା ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଏହି ପାଣ୍ଠି ସମ୍ବନ୍ଧୀୟ ସୂଚନା ଫଳକ ମାଧ୍ୟମରେ ପ୍ରଦର୍ଶନ କରିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମାର୍ଚ୍ଚ ଶେଷ ସୁଦ୍ଧା ଏହି କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଦିବାସୀ ଅଂଚଳରେ ଏହି ସୂଚନା ସ୍ଥାନୀୟ ଭାଷାରେ ଲେଖିବା ଉଚିତ ବୋଲି ସେ କହିଛନ୍ତି । ଏହାର ଅଗ୍ରଗତି ସଂର୍ପରେ ଜିଲ୍ଲାପାଳ ଓ ଆର୍ଡ଼ିସିମାନେ ସାପ୍ତାହିକ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଓଡ଼ିଶା ଡ଼ଟ୍ କମ୍