ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଫେବୃୟାରୀ ୨୮(ଓଡ଼ିଶା ଡ଼ଟ୍ କମ୍) କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଔଷଧ ଓ ମଦ ମୃତ୍ୟୁ ମାମଲାରେ ପୂର୍ଣ୍ଣାଙ୍ଗ ବିବରଣୀ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଏବଂ କେତେ ଜଣ ମୃତ୍ୟୁ ବରଣ କରିଥିଲେ, କେତେ ଆକ୍ରାନ୍ତ ହୋଇଥିଲେ ଏବଂ ସେମାନଙ୍କୁ ଦିଆଯାଇଥିବା କ୍ଷତିପୂରଣ ସଂପର୍କରେ ଜଣାଇବାକୁ ସୋମବାର କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଘଟଣାକୁ ନେଇ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ବିଚାର କରି ହାଇକୋର୍ଟ ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ଏବଂ ବିଚାରପତି ବିଶ୍ୱନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି ।
ସେହିପରି ପୂର୍ବ ନିର୍ଦ୍ଦେଶ ମୁତାବକ ଖୋର୍ଦ୍ଧା ଜିଲ୍ଲାପାଳ କୋର୍ଟରେ ତାଙ୍କର ସତ୍ୟପାଠ ଦାଖଲ କରିଛନ୍ତି । ପୂର୍ବରୁ ଉପଜିଲ୍ଲାପାଳ ଦାଖଲ କରିଥିବା ସତ୍ୟପାଠକୁ କୋର୍ଟ ଅଗ୍ରାହ୍ୟ କରିେଇଥିଲେ ।
ଓଡ଼ିଶା ଡ଼ଟ୍ କମ୍