ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ନୂଆିଲ୍ଲୀ, ଫେବୃୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ବିଭିନ୍ନ ମାଓବାଦୀ ପ୍ରବଣ ଅଞ୍ଚଳରେ ୭୦ଟି ନୂତନ ଥାନା ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି ।
ପ୍ରତ୍ୟେକ ଥାନା ପାଇଁ ଦୁଇ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୮୦ ପ୍ରତିଶତ ଓ ରାଜ୍ୟ ସରକାର ୨୦ ପ୍ରତିଶତ ଅର୍ଥ ବହନ କରିବେ । ସମସ୍ତ ଥାନାରେ ଯେପରି ୪୦ ଜଣ ଲେଖାଏଁ କର୍ମୀଙ୍କୁ ମୁତୟନ କରାଯିବ ସେଥିପ୍ରତି ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କୁହାଯାଇଛି ।
ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ନୂତନ ଥାନା ପ୍ରତିଷ୍ଠା ପାଇଁ ନିଷ୍ପତି ନିଆଯାଇଛି । ଏହି ସମସ୍ତ ଥାନା ପାଇଁ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୧୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍