ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ମାର୍ଚ୍ଚ ୧(ଓଡ଼ିଶା ଡ଼ଟ୍ କମ୍) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଂଚଳରେ ଗୁରୁବାର ଏକ ଆଇସ୍କ୍ରିମ୍ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।
ପ୍ୟାକ୍ଟ୍ରୀଟି ଗତ କିଛିଦିନ ହେଲା ଖରାପ ହୋଇ ବନ୍ଦ ଥିବାବେଳେ ଏହାର ମାଲିକ ଏବଂ ଅନ୍ୟ ଦୁଇ ଜଣ ଶ୍ରମିକ ସକାଳୁ ମେସିନ୍ ଠିକ୍ କରୁଥିଲେ । ଏହି ସମୟରେ ହଠାତ୍ ଆମୋନିଆ ଗ୍ୟାସ ଟାଙ୍କି ଫାଟି ଯାଇଥିଲା ।
ଫଳରେ ଘଟଣାସ୍ଥଳରେ ଫ୍ୟାକ୍ଟ୍ରୀର ମାଲିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର
ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତି କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍