• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

କିଟ୍ ପ୍ରିମିୟର ଲିଗ୍: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଚାମ୍ପିୟନ

March 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୩(ଓଡ଼ିଶା ଡ଼ଟ୍ କମ୍) କିଟ୍ ପ୍ରିମିୟର ଲିଗ୍ (କେପିଏଲ୍) ସର୍ବଭାରତୀୟ ବିଶ୍ୱ ବିଦ୍ୟାଳୟସ୍ତରୀୟ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୫ମ ସଂସ୍କରଣର ଫାଇନାଲରେ ଶନିବାର ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଚାମ୍ପିୟନ ହୋଇଛି ।

ଉ୍ୟାପନୀ ଫାଇନାଲ୍ରେ ଗ୍ରୁପ୍ ଏ’ର ଏସ୍ଆର୍ଏମ୍ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟମଧ୍ୟରେ ମୁକାବିଲା ହୋଇଥିଲା ।

ମାର୍ଚ୍ଚ ୧ରେ ହୋଇଥିବା ପ୍ରଥମ ସେମିଫାଇନାଲ୍ ଦିଲ୍ଲୀ ଓ ରେଭେନ୍ସା ଆୟୋଜିତ ହୋଇଥିଲା । ଏଥିରେ ରେଭେନ୍ସା ଦିଲ୍ଲୀ ଠାରୁ ୩ ୱିକେଟ୍ରେ ହାରିଯାଇ ଫାଇନାଲ୍ ଖେଳିବାର ସୁଯୋଗ ହରାଇଥିଲା ।

ସେହିପରି ୨ତାରିଖରେ କିଟ୍ ଓ ଚେନ୍ନାଇର ଏସ୍ଆର୍ଏମ୍ ମଧ୍ୟରେ ଆୟୋଜିତ ସେମିଫାଇନାଲ୍ ମ୍ୟାଚ୍ରେ କିଟ୍କୁ ଏସ୍ଆରଏମ୍ ୮ ରନ୍ରେ ହରାଇ ଫାଇନାଲ୍କୁ ପ୍ରବେଶ କରିଥିଲା । ଫାଇନାଲ୍ରେ ପ୍ରଥମେ ଟସ୍ ଜିଣି ଏସ୍ଆର୍ଏମ୍ ବ୍ୟାଟିଂ କରିବାକୁ ମନସ୍ଥ କରି ସମସ୍ତ ୱିକେଟ୍ ହରାଇ ୧୧୧ ରନ୍ କରିଥିଲା ।

ଏହାକୁ ପିଛା କରି ଦିଲ୍ଲୀ ଦଳ ୧୮.୪ ଓଭରରେ ୫ଟି ୱିକେଟ୍ ହରାଇ ୧୧୫ ରନ୍ କରି ଟ୍ରଫି ହାସଲ୍ କରିଥିଲା । ଏସ୍ଆର୍ଏମ୍ର ଅଶ୍ୱିନୀ କୁମାର ଦଳ ପକ୍ଷରୁ ୩୮ ବଲ୍ରେ ୭ଟି ଚୌକା ଜରିଆରେ ସର୍ବାଧିକ ୪୬ ରନ୍ କରିଥିଲେ ।

ସେହିପରି ଦିଲ୍ଲୀର ରବି ଶଙ୍କର ୨୮ ବଲ୍ରେ ୩୭ ରନ୍ କରିଥିବା ବେଳେ ସୁରିନ୍ଦର୍ ଡହିଆ ୨୨ ବଲ୍ରେ ୨୫ ରନ୍ କରିଥିଲେ ।

ଦିଲ୍ଲୀର ଜାଭେ୍ କାନ୍ ୪ ଓଭର ବୋଲିଂ କରି ୧୪ ରନ୍ ବିନିମୟରେ ୨ୱିକେଟ୍ ଅକ୍ତିଆର କରିଥିବା ବେଳେ ଏସ୍ଆର୍ଏମ୍ର ଔସିକ୍ ଶ୍ରୀନିବାସ ୪ ଓଭରରେ ୧୫ରନ୍ ବ୍ୟୟରେ ୨ୱିକେଟ୍ ଓ ଅଶ୍ୱିନୀ କୁମାର ୪ ଓଭରରେ ୧୨ ରନ୍ ଦେଇ ୨ ୱିକେଟ୍ ହାସଲ କରିଥିଲେ ।

ଏହି ପରିପ୍ରେକ୍ଷୀରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଲ୍ଲୀର ପ୍ରଦୀପ ପରାଶରଙ୍କୁ ପ୍ରଦାନ କରାଯାଇଥିବା ବେଳେ ମ୍ୟାନ୍ ଅଫ୍ ଦି ସିରିଜ ପୁରସ୍କାର ରେଭେନ୍ସାର ଶେଷଦୀପ ପାତ୍ରଙ୍କୁ ପ୍ରଦାନ କରାଯାଇଥିଲା ।

ସେହିପରି ଶ୍ରେଷ୍ଠ ବୋଲର୍ ଭାବେ ଦିଲ୍ଲୀର ପ୍ରଦୀପ ପରାଶର, ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ୍ ଭାବ କିଟ୍ର ସମରେଶ ରାଉତରାୟ, ଶ୍ରେଷ୍ଠ କିପର୍ ଭାବେ ଏସ୍ଆର୍ଏମ୍ର ଏସ୍. କାର୍ତ୍ତିକଙ୍କୁ ପ୍ରଦାନ କରାଯାଇଥିଲା ।

୨୦୦୮ରୁ ଆଇପିଏଲ୍ ଢ଼ାଞ୍ଚାରେ ଆରମ୍ଭ ହୋଇଥିବା କେପିଏଲ୍ ଭାରତର ବିଶ୍ୱବିଦ୍ୟାଳୟସ୍ତରରେ କ୍ରିକେଟ୍ ଖେଳାଳିଙ୍କୁ ଉତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଏହି ଟୁର୍ଣ୍ଣାମେଣ୍ଟ୍ରେ ଦେଶର ନାମୀଦାମୀ ୧୪ଟି ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଚାମ୍ପିଅନ୍ ଦଳକୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ରନର୍ସଅପ୍ ଳକୁ ୫୦ହଜାର ଟଙ୍କା ।

ପ୍ରତି ସେମିଫାଇନାଲିଷ୍ଟଙ୍କୁ ୧୦ହଜାର, ପ୍ରତି ଲିଗ୍ ମ୍ୟାଚ୍ ବିଜେତାଙ୍କୁ ୫ହଜାର, ଶ୍ରେଷ୍ଠ କ୍ରିକେଟର୍ଙ୍କୁ ୮ହଜାର, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ବୋଲର, ୱିକେଟ୍ କିପର୍ ଓ ଫିଲ୍ଡର୍ଙ୍କୁ ୩ହଜାର ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଉଦ୍ୟାପନୀ ଉତ୍ସବରେ ଭାରତୀୟ କ୍ରିକେଟର ସବା କରିମ ଓ ଦେବାଶିଷ ମହାନ୍ତି ଯୋଗ ଦେଇ ବିଜେତା ଓ ରନର୍ସଅପ୍ ଦଳକୁ ଟ୍ରଫି ତଥା ପୁରସ୍କାର ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କୁଳପତି ଅଶୋକ କୋଲାସ୍କର, କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ, ଯୁଗ୍ମ କୁଳସଚିବ ସୁଚେତା ପ୍ରିୟବାିନୀ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା