Site icon Odisha.com

କୁଜଙ୍ଗ ବାଣ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତକୁ ଜାମିନ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୭(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ କୁଜଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ବାଣୁଆ ସୁବାଷ ରାଉତଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବୁଧବାର କୁଜଙ୍ଗ ଜେଏମ୍ଏଫ୍ସି କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ଗତ ନଭେମ୍ବର ୧୬ରେ ବିଜୁ ଶ୍ରମିକ ସଂଘର ସମାବେଶରେ ଯୋଗବୋକୁ କୁଜଙ୍ଗରୁ ଏକ ଶୋଭାଯାତ୍ରାବାହାରି ପାରାଦୀପ ଯାଉଥିବା ବେଳେ କୁଜଙ୍ଗ ବଜାରରେ ମିନିଟ୍ରକ୍ରେ ଥିବା ବାଣ ବିସ୍ଫୋରଣ ହୋଇଥିଲା ।

ଏଥିରେ ୮ଜଣ ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲ୍ରେ ଭର୍ତି ହୋଇଥିଲେ ଏବଂ ଚିକିତ୍ସାଧିନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ ଶୋଭାଯାତ୍ରାରେ ବାଣ ଫୁଟାଇବା ପାଇଁ ସୁବାଷକୁ ନିୟୋଜିତ କରାଯାଇଥିଲା ଏବଂ ଏଥିପାଇଁ ତା’କୁ ଏକ ହଜାର ଟଙ୍କା ମଧ୍ୟ ଦିଆଯାଇଥିଲା ।

ଦୁର୍ଘଟଣାର ଦୁଇ ମାସ ପରେ ଜଗତସିଂହପୁର ପୋଲିସର ଏକ ସ୍ୱତନ୍ତ୍ର ଦଳ ଗତ ଜାନୁୟାରୀ ୫ରେ
ପଣ୍ଡିଚେରୀରୁ ସୁବାଷକୁ ଗିରଫ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version