ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୯(ଓଡ଼ିଶା ଡ଼ଟ୍ କମ୍) ଶୁକ୍ରବାର ସମଗ୍ର ଦେଶରେ ରଙ୍ଗର ପର୍ବ ହୋଲି ବେଶ୍ ଉତ୍ସାହର ସହ ପାଳିତ ହୋଇଥିବା ବେଳେ ଓଡ଼ିଶାର ପୁରପଲ୍ଲୀ ଓ ସହରାଂଚଳରେ ଆବାଳ ବୃଦ୍ଧବନିତା ମହା ଆଡ଼ମ୍ବରରେ ଏହାକୁ ପାଳନ କରିଛନ୍ତି ।
ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ହୋଇବ ପରସ୍ପରକୁ ରଙ୍ଗ ବୋଳି ଆନନ୍ଦ ଉଲ୍ଲାସରେ ଏହା ପାଳନ କରିଥିବା ବେଳେ ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ/କୀର୍ତନ ତଥା ଆଧୁନିକ ଗୀତରେ ନିଜକୁ ହଜାଇ ଦେଇଛନ୍ତି ।
ଲୋକମାନେ ପରସ୍ପରକୁ ରଙ୍ଗ ବୋଳିବା ସହ ମିଷ୍ଟାନ୍ନ ଖାଇବାକୁ ଦେଇଥିବା ବେଳେ ଯୁବଗୋଷ୍ଠୀ ନାଚଗୀତ ସହ ରାସ୍ତା ପରିକ୍ରମା କରି ଏହି ପର୍ବର ମଜା ଉଠାଇଛନ୍ତି ।
କେବଳ ସାଧାରଣ ଜନତା ନୁହେଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ଦଳୀୟ କର୍ମୀମାନଙ୍କ ସହ ରଙ୍ଗ ଖେଳି ନିଜକୁ ବିଭିନ୍ନ ରଂଙ୍ଗରେ ରଙ୍ଗେଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍