କୋରାପୁଟ, ମାର୍ଚ୍ଚ ୧୧(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲାରେ ମାଓବାଦୀମାନେ ରବିବାର ଭୋର ସମୟରେ ଏକ ଟେଲିଫୋନ୍ ଏକ୍ସଚେଞ୍ଜ ଏବଂ ମୋବାଇଲ ଟାୱାର ପୋଡ଼ି ଦେଇଥିବା ପୋଲିସ କହିଛି ।
ମାଛକୁଣ୍ଡ ଥାନା ଅନ୍ତର୍ଗତ ଅନକାଡ଼େଲି ଠାରେ ଥିବା ବିଏସ୍ଏନ୍ଏଲ୍ ଏକ୍ସଚେଞ୍ଜରରେ ସେମାନେ କିରୋସିନ ଢାଳି ନିଅାଁ ଲଗାଇ ଦେଇଛନ୍ତି । ଏକ୍ସଚେଞ୍ଜ ନିକଟରେ ଥିବା ମୋବାଇଲ ଟାୱାରରେ ମଧ୍ୟ ସେମାନେ ନିଅାଁ ଲଗାଇ ଦେଇ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲେ ।
ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ସେଠାରେ ଥିବା ଜଗୁଆଳିକୁ ଘର ଖାଲି କରିବାକୁ କହି ସେମାନେ ନିଅାଁ ଲଗାଇ ଦେଇଥିବା ପୋଲିସ କହିଛି ।
ଓଡ଼ିଶା ଡ଼ଟ୍ କମ୍