Site icon Odisha.com

ପରୀକ୍ଷାର୍ଥୀଙ୍କୁ କପି ଯୋଗାଉଥିବା ଅଧ୍ୟାପକ, କର୍ମଚାରୀ ଦଣ୍ଡିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମାର୍ଚ୍ଚ ୧୩(ଓଡ଼ିଶା ଡ଼ଟ୍ କମ୍) ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ଯୁକ୍ତଦୁଇ ପରୀକ୍ଷାରେ କେତେକ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କୁ କପିରେ ସହାୟତା କରୁଥିବା ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଦଣ୍ଡିତ କରାଯାଇଛି ।

କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟରେ ପରୀକ୍ଷା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଖବର ପାଇ ପରିଷଦ ଦ୍ୱାରାସ୍କ୍ୱାଡ଼ ସୋମବାର ସେଠାରେ ଚଢ଼ାଉ କରିଥିଲେ ଏବଂ କପି ଯୋଗାଇବା ସମୟରେ ଜଣେ କର୍ମଚାରୀଙ୍କୁ ଧରିଥିଲେ ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆ ମହିଳା ମହାବ୍ୟିାଳୟର ଅଧ୍ୟାପକ ଅନୁପ୍ରଭା ରାୟ, ଦିଲ୍ଲୀପ କୁମାର ସାହୁ, ବିଜୟଲକ୍ଷ୍ମୀ ସାହୁ, ବବିତା ନାୟକ ଓ ଚିତ୍ରୋତ୍ପଳା ମହିଳା ମହାବ୍ୟିାଳୟର ଅଧ୍ୟାପକ ଅକ୍ଷୟ କୁମାର ଜେନା କପି ଯୋଗାଉଥିବା ବେଳେ ଧରାପଡ଼ିଛନ୍ତି ।

ଏହି ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀଙ୍କୁ ଅବଶିଷ୍ଟ ପରୀକ୍ଷା କାର୍ଯ୍ୟରୁ ଅନ୍ତର କରାଯିବା ସହିତ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଉଚ୍ଚଶିକ୍ଷା ବିଭାଗକୁ ସୁପାରିସ କରାଯାଇଥିବା ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସେହିପରି ଯୁକ୍ତ ଦୁଇ କଳା ଏବଂ ବାଣିଜ୍ୟ ପରୀକ୍ଷା ଚାଲିଥିବା ବେଳେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ କପି କରୁଥିବା ୪୨୫ ଜଣ ଛାତ୍ରଛାତ୍ରୀ ଧରାପଡ଼ିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version