Site icon Odisha.com

ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କୁ ଅପହରଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୮(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ ଦୁଇ ଜଣ ଇଟାଲୀୟ ପର୍ଯ୍ୟଟକଙ୍କୁ ଅପହରଣ କରିନେଇଥିବା ଜଣାପଡ଼ିଛି ।

ଶନିବାର ବିଳମ୍ବିତ ରାତ୍ରିରେ ଏମାନଙ୍କୁ ଅପହରଣ କରାଯାଇଥିବା ବେଳେ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ ।

ସଂପୃକ୍ତ ଦୁଇ ପର୍ଯ୍ୟଟକ ଏକ ଗାଡ଼ିରେ ଡ଼୍ରାଇଭର ଏବଂ ଟୁରିଷ୍ଟ ଗାଇଡ଼ଙ୍କୁ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲୁଥିଲେ । ରାତିରେ ସେମାନେ ଫେରୁଥିବା ବେଳେ ମାଓବାଦୀ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ ଏବଂ ସେମାନଙ୍କ ଗାଡ଼ିକୁ ଅଟକାଇଥିଲେ ।

ଗାଡ଼ି ଡ଼୍ରାଇଭର ଏବଂ ଟୁରିଷ୍ଟ ଗାଇଡ଼ଙ୍କୁ ଛାଡ଼ିଦେଇଥିବା ବେଳେ ଦୁଇ ପର୍ଯ୍ୟଟକଙ୍କୁ ଅପହରଣ କରିନେଇଥିବା ଜଣାପଡ଼ିଛି ।

ଅପହୃତ ପର୍ଯ୍ୟଟକଙ୍କୁ ମୁକ୍ତ କରିବା ପାଇଁ ମାଓବାଦୀମାନେ ୧୩ଟି ଦାବି ଉପସ୍ଥାପନ କରିଛନ୍ତି । ପୂର୍ବରୁ ମାଲକାନଗିରି ଜିଲ୍ଲାପାଳଙ୍କ ଅପହରଣ ସମୟରେ ମଧ୍ୟ ସେମାନେ ଏହି ଦାବି ଉପସ୍ଥାପନ କରିଥିଲେ ।

ରାଜ୍ୟରେ ପ୍ରଥମ ଥର ପାଇଁ ମାଓବାଦୀମାନେ ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version