ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ମାର୍ଚ୍ଚ ୧୮(ଓଡ଼ିଶା ଡ଼ଟ୍ କମ୍) କଟକ ଜିଲ୍ଲା ଆଠଗଡ଼ ଉପନିର୍ବାଚନ ପାଇଁ ରବିବାର ସକାଳୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଦଶଟି ବୁଥ୍ରେ ୱେବ କ୍ୟାମେରା ଲଗାଯାଇଛି ।
ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଏହା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ଆଠଗଡ଼ ଓ ତିଗିରିଆ ଅଂଚଳର ସମସ୍ତ ୧୯୮ ବୁଥ୍ରେ ଭୋଟଗ୍ରହଣ କରାଯାଉଥିବା ବେଳେ ସେଥିମଧ୍ୟରୁ ଏକ ଶହ ବୁଥ୍ ଉତ୍ତେଜନା ପ୍ରବଣ ଘୋଷଣା କରାଯାଇଛି ।
ନିର୍ବାଚନ ମଇାନରେ ବିଜେଡ଼ିର ରଣେନ୍ଦ୍ର ସ୍ୱାଇଁ, ବିଜେପିର ବିକ୍ରମ ଦ।ଶ, କଂଗ୍ରେସର ସୁରେଶ ମହାପାତ୍ର, ସମୃଦ୍ଧ ଓଡ଼ିଶାର ଗଗନବିହାରୀ ରାଉତ, ସ୍ୱାଧୀନ ପ୍ରାର୍ଥୀ ବ୍ରତତୀ ଚାଟାର୍ଜି, ବିଜୟ କୁମାର ବିଶ୍ୱାଳ ଏବଂ ଭାଗିରଥି ରାଉତ ଅବତୀର୍ଣ୍ଣ ହୋଇଛନ୍ତି ।
ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨ ପ୍ଲାଟୁନ୍ ସିଆର୍ପିଏଫ୍, ୨ପ୍ଲାଟୁନ୍ ଆଇଆରବିଙ୍କ ସହ ମୋଟ ୧୭ପ୍ଲାଟୁନ୍ ପୋଲିସଙ୍କୁ ମୁତୟନ କରାଯାଇଛି । ଆସନ୍ତା ୨୧ ତାରିଖରେ ଭୋଟ୍ ଗଣତି ହେବ ।
ଓଡ଼ିଶା ଡ଼ଟ୍ କମ୍