ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କୋରାପୁଟ, ମାର୍ଚ୍ଚ ୧୮(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଂଳରେ ମାଓବାଦୀଙ୍କ ଦ୍ୱାରାଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କରିବା ବେଳେ ଏହା ବିସ୍ଫୋରଣ ହୋଇ ରବିବାର ଦୁଇ ଜଣ ଯବାନ ସହିତ ହୋଇଥିବା ପୋଲିସ କହିଛି ।
ଏହି ବିସ୍ଫୋରଣରେ ଅନ୍ୟ ଜଣେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।
ଜିଲ୍ଲା ପୋଲିସ ଓ ବିଏସ୍ଏଫ୍ ଯବାନମାନେ ସଂପୃକ୍ତ ଅଂଳକୁ କୁମ୍ବିଂ ଅପରେଶନରେ ଯାଇଥିବା ବେଳେ କଲଭର୍ଟତଳେ ଲ୍ୟାଣ୍ଡମାଇନ ଥିବା ଖବର ପାଇଥିଲେ ।
ଉକ୍ତ ଲ୍ୟାଣ୍ଡ୍ମାଇନକୁ ବୋମା ନିଷ୍କ୍ରିୟକାରୀ ଦଳ ନିଷ୍କ୍ରିୟ କରୁଥିବା ସମୟରେ ପାଖରେ ଥିବା ଅନ୍ୟ ଏକଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳର ଶଶିଭୂଷଣ ରାଉତ ଓ ସୁନୀଲ ସିଂହ ସହି୍ଦଙ୍କ ମୃତ୍ୟୁ ହୋଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
ଲ୍ୟାଣ୍ଡମାଇନ ନିଷ୍କ୍ରିୟ ବେଳେ ବିସ୍ଫୋରଣ, ଦୁଇ ଯବାନ ସହିଦ