ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୨୨(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଗୁରୁବାର ବିଧାନସଭା ପକ୍ଷରୁ ମାଓବାଦୀଙ୍କୁ ନିବେଦନ କରାଯାଇଛି ।
ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଂକଳ୍ପ ପ୍ରସ୍ତାବ ଆଣିବା ପରେ ବାଚନିକ ଭୋଟ୍ ରେ ଏହା ଗୃହୀତ ହୋଇଛି ।
“ଦୁଇ ଇଟାଲୀୟ ନାଗରିକଙ୍କ ଅପହରଣ ଘଟଣାକୁ ନେଇ ଗୃହରେ ଉ୍ବେଗ ପ୍ରକାଶ ପାଇଛି । ସେମାନଙ୍କୁ ମୁକ୍ତ କରିବାକୁ ଗୃହ ପକ୍ଷରୁ ନିବେଦନ କରାଯାଉଛି ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଯାଉଛି” ମୁଖ୍ୟମନ୍ତ୍ରୀ କହିଥିଲେ ।
ତେବେ ଅପହରଣ ଘଟଣା ନେଇ ଗତକାଲି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ବିରୋଧୀ ମନ୍ତବ୍ୟ ଦେଇଥିବାରୁ ବିରୋଧୀ କଂଗ୍ରେସ ବିଧାୟକମାନେ ତାଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ ଏବଂ ଏହାକୁ ନେଇ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା ।
ଓଡ଼ିଶା ଡ଼ଟ୍ କମ୍