Site icon Odisha.com

କନ୍ଧମାଳ ଦଙ୍ଗା ମାମଲାରେ ୧୫୬ଜଣ ଖଲାସ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ,ମାର୍ଚ୍ଚ ୨୫(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଦଙ୍ଗା ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ଗିରଫ ହୋଇଥିବା ୧୫୬ ଜଣଙ୍କୁ ସ୍ଥାନୀୟ ଅଦାଲତ ରବିବାର ଖଲାସ କରିଦେଇଛନ୍ତି ।

ଫୁଲବାଣୀ ଫାଷ୍ଟଟ୍ରାକ କୋର୍ଟ-୧ ଅତିରିକ୍ତଦୌରା ଜଜ୍ ଏସ.କେ. ଦାଶ ଜି ଉୟଗିରି ଥାନା ଅନ୍ତର୍ଗତ ଡାକେଡ଼ି ଗ୍ରାମରେ୨୦୦୮ ସେପ୍ଟେମ୍ବରରେ ଘଟିଥିବା ଗୃହଦାହ ମାମଲାରେ ୪ଜଣଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଛନ୍ତି ।

ସେହିପରି ୨ଟି ଗୃହାହ ମାମଲାରେ ଗିରଫ ୧୪୨ଜଣଙ୍କୁ ପ୍ରମାଣ ଅଭାବରୁ ଫାଷ୍ଟଟ୍ରାକ୍ କୋର୍ଟ-୨
ଅତିରିକ୍ତଦୌରାଜଜ୍ ବି.ଏନ୍. ମିଶ୍ର ୧୪୨ଜଣଙ୍କୁ ଛାଡ଼ିଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version