Site icon Odisha.com

ପୋସ୍କୋ ପ୍ରକଳ୍ପର ପରିବେଶ ମଞ୍ଜୁରୀ ବାତିଲ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ମାର୍ଚ୍ଚ ୩୦(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦେଇଥିବା ପରିବେଶ ମଂଜୁରୀକୁ ଶୁକ୍ରବାର ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବାତିଲ କରିଦେଇଛନ୍ତି ।

ମନ୍ତ୍ରଣାଳୟର ଏଭଳି ପରିବେଶ ମଂଜୁରୀକୁ ଟ୍ରିବ୍ୟୁନାଲ ସମାଲୋଚନା କରିବା ସହ ଏସଂପର୍କରେ ପୁନଃ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପରିବେଶ ମଂଜୁରୀ ପ୍ରଦାନ ନେଇ ମନ୍ତ୍ରଣାଳୟ ପକ୍ଷରୁ ପକ୍ଷପାତିତା କରାଯାଇଥିବା ପ୍ରମାଣ ରହିଛି ଏବଂ ଏସଂପର୍କରେ ଅନୁଧ୍ୟାନ ପାଇଁ ଗଠନ କରାଯାଇଥିବା କମିଟିର ମୁଖ୍ୟ ଓଡ଼ିଶାର ବୋଲି ଟ୍ରିବ୍ୟୁନାଲ ଦର୍ଶାଇଛନ୍ତି ।

ଗତ ୨୦୧୧ ଜାନୁୟାରୀ ୩୧ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଅତିରିକ୍ତ ସର୍ତ୍ତରେ ପୋସ୍କୋର ଇସ୍ପାତ ପ୍ରକଳ୍ପ ଓ ବନ୍ଦର ପ୍ରକଳ୍ପକୁ ସର୍ତମୂଳକ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହା ବିରୁଦ୍ଧରେ ଓଡ଼ିଶାର ସାମାଜିକ କାର୍ଯ୍ୟକର୍ତା ପ୍ରଫୁଲ୍ଲ ସାମନ୍ତରା ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଜଗତସିଂହପୁର ଜିଲ୍ଲାରେ ୫୨ ହଜାର କୋଟି ଟଙ୍କା ବ୍ୟୟରେ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ୨୦୦୫ ଜୁଲାଇ ୨୨ରେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।

ତେବେ ଟ୍ରିବ୍ୟୁନାଲର ରାୟ ଆମ ପାଖରେ ପହଂଚି ନାହିଁ, ମିଳିବା ପରେ ତର୍ଜମା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version