Site icon Odisha.com

ଜିଲ୍ଲାପାଳ ଅପହରଣରେ ସଂପୃକ୍ତ ମହିଳା ମାଓବାଦୀ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଅପ୍ରେଲ ୧(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ଅପହରଣ ଘଟଣାରେ ସଂପୃକ୍ତ ଜଣେ ମହିଳା ମାଓବାଦୀକୁ ରବିବାର ଗିରଫ କରିଥିବା ପୋଲିସ କହିଛି ।

ବିଏସ୍ଏଫ୍ ଯବାନ ଏବଂ ଜିଲ୍ଲା ପୋଲିସର ମିଳିତ ଚଢାଉ ସମୟରେ ଯାନବାଇ ଠାରୁ ଦିବ୍ୟା ଓରଫ ୱାଲାସିକୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଗାଲିକୋଣ୍ଡା ମାଓବାଦୀ ଡ଼ିଭିଜନରେ ସେ ଗତ ୧୧ ବର୍ଷ ଧରି ଏରିଆ କମାଣ୍ଡର ଭାବେ କାର୍ଯ୍ୟକରୁଥିବା ବେଳେ କାଳିମେଳା ଜଳଭଣ୍ଡାରରେ ଯବାନ ମାନଙ୍କ ଉପରେ ହୋଇଥିବା ଆକ୍ରମଣରେ ମଧ୍ୟ ସଂପୃକ୍ତ ଥିବା ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version