ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅପ୍ରେଲ ୪(ଓଡ଼ିଶା ଡ଼ଟ୍ କମ୍) ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶା ଜଳକର ଆଇନର ସଂଶୋଧନ କରାଯାଇ ଦେୟ ପରିମାଣ ବୃଦ୍ଧି କରାଯାଇଛି ।
ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ସରକାରଙ୍କ ବିଭିନ୍ନ ଜଳ ଉତ୍ସ ବା ଜଳସେଚନ କ୍ଷେତ୍ରରୁ ଶିଳ୍ପ ସଂସ୍ଥା ବା ବ୍ୟବସାୟିକ ସଂସ୍ଥାମାନେ ଜଳ ନେଲେ ୯ ମାସର ବ୍ୟାଙ୍କ ଗ୍ୟାରେନ୍ଟି ସହ ୩ ମାସର ଟିକସ ଆଗୁଆ ପୈଠ କରିବାକୁ ପଡିବ ।
ଏକ ହଜାର ଇଟା ବା ଟାଇଲ ପାଇଁ ବର୍ତମାନ ୟୁନିଟ ପିଛା ୫ ଟଙ୍କା ଟିକସ ଓ ୬ ଟଙ୍କା ଜଳକର
ଦେବାକୁ ପଡୁଥିବା ବେଳେ ଏହାକୁ ୨୫ ଟଙ୍କା ଓ ୩୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଶିଳ୍ପ ସଂସ୍ଥା ତଥା ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଜଳ କର ବର୍ତମାନ ୟୁନିଟ ପିଛା ୨୦୦ ଟଙ୍କା ଓ ୨୫୦ଟଙ୍କା ଦେବାକୁ ପଡୁଥିବା ବେଳେ ଆଗାମୀଦିନରେ ୧୫୫୦ରୁ୨୦୫୦ ଟଙ୍କା ଏବଂ ୧୯୦୦ରୁ ୨୫୫୦ ଟଙ୍କାଦେବାକୁ ପଡିବ ।
ପୌରାଂଚଳରେ ଅଧିକ ଜଳଯୋଗାଣ ପାଇଁ ୧୦ ହଜାର ଘନଫୁଟକୁ ୨୫ ଟଙ୍କା ଓ ୩୦ ଟଙ୍କା ଦେବାକୁ ପଡୁଥିବା ବେଳେ ତାହାକୁ ଲିଟର ପିଛା ୨୦ ପଇସା ଓ ୧୨୫ ପଇସାକୁ ବୃଦ୍ଧି କରାଯାଇଛି ।
ବ୍ୟବସାୟିକ ଘର ନିର୍ମାଣ ପାଇଁ ବ୍ୟବହୃତ ଜଳ ୧୦୦ ଘନଫୁଟକୁ ୧୫ ଟଙ୍କା ଓ ୨୦ ଟଙ୍କା ଥିବା
ବେଳେ ତାହାକୁ ଏକ ହଜାର ଲିଟର ପିଛା ୫ ଟଙ୍କା ୩୦ ଓ ୭ ଟଙ୍କା ୧୦ ପଇସା କରାଯାଇଛି ।
ଏହାବ୍ୟତୀତ ବୈଠକରେ ଓଡ଼ିଶା ରାଜ୍ୟ ପଶୁସେବାରଦ୍ୱିତୀୟ ଶ୍ରେଣୀ ପାହ୍ୟାର ଚାକିରୀ ନିୟମାବଳୀ ସଂଶୋଧନ କରାଯାଇ ଅଧିକାରୀମାନେ ଗ୍ରେଡ-୩ ସେବାରେ କାମ କରିବେ ବୋଲି ନିଷ୍ପତି ହୋଇଛି ।
ମାଓବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସହୀଙ୍କ ପରିବାର ବର୍ଗଙ୍କୁ ଥଇଥାନ କରିବା ଏବଂ
ପରିବାରରୁ ଜଣକୁ ଚାକିରୀ ଦେବାକୁ ନିୟମ କରାଯାଇଥିବା ବେଳେ ବେଆଇନ କାମ କରୁଥିବା
ସ୍ୱେଛାସେବୀ ସଂସ୍ଥାର ଟିକସ ବୃଦ୍ଧି କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍