Site icon Odisha.com

ପର୍ଯ୍ୟଟକ ଅପହରଣ: ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୮(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଦେଶୀ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଦିଆଯାଇଥିବା ୧୩ ଦଫା ଦାବି ସଂପର୍କରେ

ସରକାର ତାଙ୍କର ଅଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ମାଓନେତା ସବ୍ୟସାଚୀ ପଣ୍ଡା ରବିବାର ଏକ ଅଡ଼ିଓ ଟେପ୍ ମାଧ୍ୟମରେ ଜଣାଇଛନ୍ତି ।

ସରକାର ପ୍ରଥମେ ୬ଜଣଙ୍କୁ ଛାଡ଼ିବାକୁ ରାଜି ହୋଇଥିବା ଗଣମାଧ୍ୟମକୁ କହିଥିବା ବେଳେ ପୁଣି ଶନିବାର ଏହା ବଳରେ ୫ଜଣକୁ ଖଲାସ କରିବାକୁ କହିଛନ୍ତି ଯାହା ଗ୍ରହଣୀୟ ନୁହେଁ ।

ଦାବି ଗୁଡ଼ିକ ମଧ୍ୟରୁ କେତୋଟି ସରକାର ଗ୍ରହଣ କରୁଛନ୍ତି, ତାହା ଜଣାଇ ନାହାନ୍ତି ବୋଲି ସେ ଉକ୍ତ ଟେପ୍ରେ ଉଲ୍ଲେଖ କରିବା ସହ

ମାଓବାଦୀ ସଂଗଠନ ଉପରେ ଲଗାଯାଇଥିବା ନିଷେଧାଜ୍ଞା ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଏହି ଟେପ୍ ସଂପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି ।

ସେହିପରି ଲକ୍ଷ୍ମୀପୁର ବିଧାୟକ ଝିନ ହିକକାଙ୍କ ମୁକ୍ତି ପାଇଁ ଆନ୍ଧ୍ର-ଓଡିଶା ବର୍ଡର ସ୍ପେଶାଲ କମିଟିର ମୁଖପାତ୍ର ଜଗବନ୍ଧୁ ରବିବାର ତେଲୁଗୁରେ ଲିଖିତ ଏକ ଚିଠି ପଠାଇଛନ୍ତି ।

ଘୋଷଣା ଅନୁଯାୟୀ ବନ୍ଦୀ ମାନଙ୍କୁ ନାରାୟଣପାଟଣା ନିକଟ ବାଲିପେଟାଠାରେ ପହଂଚାଇବା ପରେ ବିଧାୟକଙ୍କୁ ମାଓ ମଧ୍ୟସ୍ଥି

ଦଣ୍ଡପାଣି ମହାନ୍ତି, ବିଡି ଶର୍ମା, ଚାଷୀ-ମୂଲିଆ ଆଦିବାସୀ ସଂଘର ଓକିଲ ନିହାର ରଞ୍ଜନ ପଟ୍ଟନାୟକ, ବିଧାୟକଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version