ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବାଲେଶ୍ୱର, ଅପ୍ରେଲ ୧୨(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ଶିବ ମନ୍ଦିରରେ ଗୁରୁବାର ଚଡ଼କ ଯାତ୍ରା ଚାଲିଥିବା ବେଳେ ପୋଲିସର ଲାଠି ମାଡ଼ ଏବଂ ଠେଲା ପେଲା ଯୋଗୁଁ ଶତାଧିକ ଲୋକ ଆହତ ହୋଇଛନ୍ତି ।
ଉତ୍ୟକ୍ତ ଲୋକମାନେ ରାସ୍ତାରୋକ କରିବା ସହ ପୋଲିସ ଗାଡ଼ି ପୋଡ଼ି ଦେଇଛନ୍ତି । ଆହତଙ୍କ ମଧ୍ୟରୁ କେତେକ ଗୁରୁତରଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ପୋଖରୀରୁ ଲକ୍ଷାଧିକ ଭକ୍ତ ସ୍ନାନକରି ମନ୍ଦିରକୁ ଆସିବା ବେଳେ ଚନ୍ଦନ ଲେପନ କରିବା ସମୟରେ
ପୋଲିସ ପ୍ରଥମେ ଭକ୍ତ ମାନଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି ।
ଫଳରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ଲାଠି ମାଡ଼ କରିଥିଲା । ଲାଠି
ମାଡ଼ରେ ମହିଳା, ଛୋଟ ପିଲା, ବୟସ୍କ ଲୋକ, ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆହତ ହୋଇଛନ୍ତି ।
ପୋଲିସର ଏଭଳି କାର୍ଯ୍ୟକୁ ବିରୋଧ କରି ଲୋକମାନେ ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ
ଏବଂ ପୋଲିସ ଭ୍ୟାନରେ ନିଅାଁ ଲଗାଇ ଦେଇଥିଲେ ।
ଓଡ଼ିଶା ଡ଼ଟ୍ କମ୍