ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ନୂଆଦିଲ୍ଲୀ, ଅପ୍ରେଲ ୧୮(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ତଥା ଛଅଟି ଜିଲ୍ଲାକୁ ଜାତୀୟ ଉଦ୍ୟାନ ମିଶନ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି ।
ମୁଖ୍ୟମନ୍ତ୍ରୀ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର କୃଷୀ ମନ୍ତ୍ରୀ ଶଦର ପାୱାରଙ୍କୁ ସାକ୍ଷାତ କରି ଏହି ଦାବି ଉପସ୍ଥାପନ କରିଥିବା ବେଳେ ଏହି ଦାବିକୁ କେନ୍ଦ୍ର ସରକାର ବିଚାର କରିବେ ବୋଲି ପାୱାର ପ୍ରତିଶ୍ରୁତି ଦେଇଛନ୍ତି ।
ଓଡ଼ିଶାରେ ଗୋଟିଏ ମାତ୍ର କୃଷି ବିଶ୍ୱବିଦ୍ୟାଳୟ ଖୋଲାଯାଇଥିବା ବେଳେ ୧୯୬୨ ପରେ ଆଉ କୃଷିଖୋଲାଯାଇ ନାହିଁ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କାମ ବଢିଛି । ଏହା ଅଧିନରେ ୧୦ଟି ମହାବିଦ୍ୟାଳୟ, ୨୮ଟି କୃଷି ବିଜ୍ଞାନ କେନ୍ଦ୍ର ଏବଂ ୮ଟି ଆରଆରଟିଟିଏସ କାମ କରୁଛି ବୋଲି ନବୀନ ପାୱାରଙ୍କୁ ଜଣାଇଛନ୍ତି ।
ତେଣୁ ଓଡ଼ିଶାରେ ଏକ ଜାତୀୟ କୃଷି ବିଶ୍ୱବିଦ୍ୟାଳୟ ଖୋଲିବାର ଆବଶ୍ୟକତା ରହିଛି । ଏହା ବିଶେଷ କରି କେବିକେ ଜିଲ୍ଲାର ସ୍ୱାର୍ଥ ସାଧନ କରିବ ବୋଲି ସେ କହିଛନ୍ତି ।
ଏହାବ୍ୟତୀତ କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବୌଦ୍ଧ ଓ ଝାରସୁଗୁଡା ଜିଲ୍ଲାକୁ ଜାତୀୟଉଦ୍ୟାନ କୃଷି ମିଶନରେ ସାମିଲ କରାଯିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି ।
୨୦୧୨ର ଖରିଫ ଚାଷ ପାଇଁ କେନ୍ଦ୍ର ସରକାର ଅଧିକ ପରିମାଣର ଧାନ, ମୁଗ, ବିରି ଓ ବାଦାମ ବିହନ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍