Site icon Odisha.com

ଆମେରିକାରେ ଛାତ୍ରଙ୍କୁ ହତ୍ୟା, ପ୍ରବାସୀ ଓଡ଼ିଆଙ୍କ ଉଦେଗ

ଧୀରେନ୍ଦ୍ର କର

ବୋଷ୍ଟନ, ଅପ୍ରେଲ ୨୪(ଓଡ଼ିଶା ଡ଼ଟ୍ କମ୍) ଆମେରିକାରେ ନିକଟରେ ଜଣେ ଓଡ଼ିଆ ଛାତ୍ରଙ୍କୁ ହତ୍ୟା ଘଟଣାରେ ପ୍ରବାସୀ ଓଡ଼ିଆ ସଂଗଠନ ଓଡ଼ିଶା ସୋସାଇଟି ଅଫ୍ ଆମେରିକା ପକ୍ଷରୁ ଉଦେଗ ପ୍ରକାଶ ପାଇଛି ।

୨୪ ବର୍ଷ ବୟସ୍କ ଉଦୀୟମାନ୍ ଛାତ୍ର କେ.ଶେଷ୍ରାୀ ରାଓଙ୍କ ମୃତ୍ୟୁରେ ସୋସାଇଟିର ସମସ୍ତ ସଦସ୍ୟମର୍ମାହତ ବୋଲି କୁହାଯାଇଛି ।

ବୋଷ୍ଟନ ୟୁନିଭରସିଟିରେ ମ୍ୟାନେଜମେଂଟ ପଢୁଥିବା ରାଓଙ୍କୁ ଗତ ୧୯ ତାରିଖଦିନ ୨ଟା ୩୦ରେ ତାଙ୍କ ଆପାର୍ଟାମେଂଟ ନିକଟରେ ଗୁଳି କରି ହତ୍ୟା କରାଯାଇଥିବା ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡ଼ିଛି ବୋଲି କୁହାଯାଇଛି ।

ନିଉୟର୍କରେ ଅବସ୍ଥାପିତ ଭାରତୀୟ କନ୍ସଲ ଜେନେରାଲ ପି.କେ ବଜାଜ ଶେଷ୍ରାୀଙ୍କ ମୃତ ଶରୀର
ଓଡ଼ିଶା ପଠାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

ସୋସାଇଟିର ଇଂଲଣ୍ଡ ଚାପ୍ଟର, ନର୍ଥ ଆମେରିକାର ତେଲୁଗୁ ଆସୋସିଏସନ୍ ଏବଂ ଗ୍ରେଟର ବୋଷ୍ଟନ ଇଣ୍ଡିଆନ ଆସୋସିଏସନ୍ ଏକତ୍ରିତ ହୋଇ ରାଓଙ୍କ ମରଶରୀର ପଠାଇବା ଦିଗରେ କନ୍ସଲ୍ ଜେନେରାଲଙ୍କୁ ସହାୟତା କରୁଛନ୍ତି ।

ନର୍ଥ ଆମେରିକାରେ ବସବାସ କରୁଥିବା ସମସ୍ତ ଓଡ଼ିଆ ରାଓଙ୍କ ପିତାମାତା ତଥା ତାଙ୍କର ପରିବାରକୁ ସମବେଦନା ଜଣାଇଛନ୍ତି ।

ଶେଷ୍ରାୀଙ୍କ ସ୍ମୃତିରେ ଓଡ଼ିଶା ସୋସାଇଟି ଅଫ୍ ଆମେରିକା ଇଂଲଣ୍ଡ ଚାପ୍ଟର ଏବଂ ଗ୍ରେଟର ବୋଷ୍ଟନ ଇଣ୍ଡିଆନ ଆସୋସିଏସନ୍ ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରାର ଆୟୋଜନ କରାଯାଉଛି ।

ଏହି ଘଟଣା ପରେ ଉଚ୍ଚଶିକ୍ଷା ପାଇଁ ନର୍ଥ ଆମେରିକା ଆସୁଥିବା ସମସ୍ତ ଓଡ଼ିଆ ଛାତ୍ର ଓଡ଼ିଶା ସୋସାଇଟି ଅଫ୍ ଆମେରିକା ସହ ଯୋଗାଯୋଗ ରଖିବାକୁ କୁହାଯାଇଛି ।

ନର୍ଥ ଆମେରିକାର ବିଭିନ୍ନ ସ୍ଥାନରେ ସୋସାଇଟିର ୧୫ଟି ଚାପ୍ଟର ରହିଛି ଏବଂ ସେଠାରେ ରହୁଥିବା ଓଡ଼ିଆମାନେ ପରସ୍ପରକୁ ସହାୟତା କରିଥାନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version