Site icon Odisha.com

ବିଧାୟକ, ଜିଲ୍ଲାପାଳଙ୍କ ମୁକ୍ତି ପାଇଁ ବାଲୁକାଶିଳ୍ପୀଙ୍କ ନିବେଦନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଅପ୍ରେଲ ୨୪(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକା ଏବଂ ଛତିଶଗଡ଼ ସୁକମା ଜିଲ୍ଲାପାଳଙ୍କୁ ଶୀଘ୍ର ମୁକ୍ତ କରିବାକୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ମାଓବାଦୀଙ୍କୁ ନିବେଦନ କରିଛନ୍ତି ।

ପଟ୍ଟନାୟକ ମଙ୍ଗଳବାର ପୁରୀ ବେଳାଭୂମିରେ ବିଧାୟକ ଏବଂ ଜିଲ୍ଲାପାଳଙ୍କ ବାଲୁକା କୃତି ତିଆରି କରି “ବିଧାୟକ ଓ ଜିଲ୍ଲାପାଳଙ୍କୁ ଦୟାକରି ମୁକ୍ତ କର” ବାର୍ତା ଦେଇଛନ୍ତି ।

ମାନବିକତା ଦୃଷ୍ଟିରେ ମାଓବାଦୀମାନେ ଉଭୟଙ୍କୁ ମୁକ୍ତ କରିବାକୁ ମୁଁ ନିବେଦନ କରିଛି ବୋଲି ସୁଦର୍ଶନ କହିଛନ୍ତି । ଅପହରଣ ପରିବର୍ତେ ଆଲୋଚନା ମାଧ୍ୟମରେ ସେମାନଙ୍କର ସମସ୍ୟା ସମାଧାନ କରନ୍ତୁ,ସେ କହିଛନ୍ତି ।

ଏହି ଅବସରରେ ବହୁ ପର୍ଯ୍ୟଟକ ଏବଂ ଲୋକମାନେ ବାଲୁକା କଳାକୃତି ଦେଖିବା ସହ ଉଭୟଙ୍କ ମୁକ୍ତି କରିବା ପାଇଁ ନିବେଦନ କରିଛନ୍ତି ।

ଚାରି ଫୁଟ ଉଚ୍ଚତା ବିଶିଷ୍ଟ ଏହି କଳାକୃତି କରିବା ପାଇଁ ସୁଦର୍ଶନ ଏବଂ ତାଙ୍କ ଛାତ୍ରଛାତ୍ରୀଙ୍କୁ ପାଂଚ ଘଂଟା ସମୟ ଲାଗିଥିବା ବେଳେ ଏଥିରେ ଚାରି ଟନ୍ ବାଲି ବ୍ୟବହାର ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version