ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଅପ୍ରେଲ୨୫(ଓଡ଼ିଶା ଡ଼ଟ୍ କମ୍) ଗତ ୨୦୧୦ରେ ଧର୍ମଗଡ଼ରେ ହୋଇଥିବା ତ୍ରୁଟିପୂର୍ଣ୍ଣମୋତିଆବିନ୍ଦୁ ଅସ୍ତ୍ରୋପଚାରରେ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏକ ଜନସ୍ୱାର୍ଥ ମାମଲାର ବିଚାର କରି ହାଇକୋର୍ଟ ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ଓ ବିଚାରପତି ବିଶ୍ୱନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସଂପୂର୍ଣ୍ଣ ଦୃଷ୍ଟି ଶକ୍ତି ହରାଇଥିବା ବ୍ୟକ୍ତିଙ୍କୁ ୨.୫ ଲକ୍ଷ ଓ ଆଶିଂକ ଦୃଷ୍ଟିଶକ୍ତି ହରାଇଥିବା ବ୍ୟକ୍ତିଙ୍କୁ ୧.୭୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କହିଛନ୍ତି ।
ଘଟଣାର ଏକ ନିରପେକ୍ଷ ତଦନ୍ତ ବିଭାଗୀୟ ଶାସନ ସଚିବସ୍ତରର ଜଣେ ଅଧିକାରୀଙ୍କ ଦ୍ୱାରା କରାଇବା ତଥା ଯଦି ତଦନ୍ତରେ ଅସ୍ତ୍ରୋପଚାର ଆୟୋଜନ କରିଥିବା ସଂସ୍ଥା ଦୋଷୀ ସାବ୍ୟସ୍ତ
ହୁଏ ତେବେ ସଂପୃକ୍ତ ଅନୁଷ୍ଠାନ ଠାରୁ ଉକ୍ତ କ୍ଷତିପୂରଣ ଆଦାୟ କରିବାକୁ କୋର୍ଟ ମତ ଦେଇଛନ୍ତି ।
ଏଣିକି ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରିବା ପାଇଁ କୌଣସି ବେସରକାରୀ ଅନୁଷ୍ଠାନ ଆଗ୍ରହୀ ହୁଅନ୍ତି ତେବେ ସଂପୃକ୍ତ ସ୍ୱାସ୍ଥ୍ୟ ଶିବିରର ତଦାରଖ ଦାୟିତ୍ୱ ସରକାରୀ ସଂସ୍ଥା ବହନ କରିବା ପାଇଁ କୋର୍ଟ କହିଛନ୍ତି ।
ଗତ ୨୦୧୦ ସେପ୍ଟେମ୍ବରରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଜେଏମ୍ଜେ ଗ୍ରେସ୍ ଭିଜନ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଆୟୋଜନ କରିଥିଲା ।
ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଓ ଏହାର ପରବର୍ତୀ ଚିକିତ୍ସା ଯୋଗୁଁ ୧୬ ଜଣ ଦୃଷ୍ଟି ଶକ୍ତି ହରାଇ ଥିବା ଆବେନକାରୀ ଆଡ଼ଭୋକେଟ୍ ପ୍ରବୀର ଦାସ ଅଭିଯୋଗ କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍