Site icon Odisha.com

ଓକିଲ ସଂଘର ବନ୍ଦ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ଅପ୍ରେଲ ୨୫(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲାପାଳ ଓ ଓକିଲ ସଂଘର ବିବାକୁ ନେଇ ସହରରେ ବୁଧବାର ଦିଆଯାଇଥିବା ବନ୍ଦ ଡ଼ାକରା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ଓକିଲ ସଂଘର ଏହି ୧୨ ଘଂଟିଆ ବନ୍ଦ ଯୋଗୁଁ ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ,ବୈଷୟିକ ଅନୁଷ୍ଠାନ, ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲା ରହିଛି ।

ଯାନବାହାନ ଚଳାଚଳ ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରୁ ଆସିଥିବା ଯାତ୍ରୀମାନେ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ଯାଇନପାରି ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।

ସଂଘର କର୍ମକର୍ତା ଏବଂ ଉଠା ଦୋକାନୀ ସଂଘର କର୍ମକର୍ତାମାନେ ମାନେ ଜିଲ୍ଲାପାଳଙ୍କ ବହିସ୍କାର ଦାବିରେ ବିଭିନ୍ନ ସ୍ଲୋଗାନ ଦେଇ ଧାରଣା ଦେଇଛନ୍ତି । ବନ୍ଦକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ରାଜ୍ୟ ସରକାର ପୂର୍ବରୁ ଏହି ଘଟଣାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ରାଜ୍ୟ ଆଇଏଏସ୍ ସଂଘ ପକ୍ଷରୁ ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ମାରକପତ୍ର ଦେଇଛନ୍ତି ।

ସୋମବାର କେତେକ ଲୋକ ଜମି କିଣାବିକା ପାଇଁ ସବ୍ରେଜିଷ୍ଟ୍ରାର୍ ଅଫିସ୍କୁ ଯାଇ ସେମାନେ ପୁରୁଣା ଜମି ମୂଲ୍ୟରେ ଷ୍ଟାମ୍ପ ଡ୍ୟୁଟି ବୋକୁ ସବ୍ ରେଜିଷ୍ଟ୍ରାର୍ଙ୍କୁ ଅନୁରୋଧ କରିଥିବା ବେଳେ ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା । ସବ୍ ରେଜିଷ୍ଟ୍ରାରଙ୍କ ଅଫିସ୍ରେ ଲୋକମାନେ ଭଙ୍ଗାରୁଜା କରିଥିଲେ ।

ସବ୍ରେଜିଷ୍ଟ୍ରାର ଏସଂପର୍କରେ ତୁରନ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲାପାଳ ସଙ୍ଗେସଙ୍ଗେ ବାର୍ରେ ପହଂଚି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କୁ ଗାଳିଗୁଲଜ କରିଥିବା ଓକିଲମାନେ ଅଭିଯୋଗ କରିଥିଲେ ।

ଓକିଲମାନେ ଏଥିରେ ଉତ୍କ୍ଷିପ୍ତ ହୋଇ ଜିଲ୍ଲାପାଳଙ୍କୁ ତୁରନ୍ତ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ କହିଥିଲେ । ପରେ ଓକିଲ ଓ ସ୍ଥାନୀୟ ଲୋକମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ପହଂଚି ବ୍ୟାପକ ଭଙ୍ଗାରୁଜା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version