ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅପ୍ରେଲ ୨୫(ଓଡ଼ିଶା ଡ଼ଟ୍ କମ୍)ଉମରକୋଟ ପୂର୍ବତନ ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟାକାରୀ ସଂପର୍କରେ ସୂଚନା ପ୍ରଦାନକାରୀଙ୍କ ପାଇଁ ସରକାର ପୁରସ୍କାର ଘୋଷଣା କରିଛନ୍ତି ।
ହତ୍ୟାକାରୀଙ୍କ ସଂପର୍କରେ ସୂଚନା ପ୍ରଦାନକାରୀଙ୍କୁ ପାଂଚ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ବୁଧବାର ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।
ଗତବର୍ଷ ସେପ୍ଟେମ୍ବର ୨୪ରେ ମାଝୀ ପଟ୍ଟା ବାଂଟିବାକୁ ଯାଇଥିବା ବେଳେ ଦୁର୍ବୃତମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ପୂର୍ବରୁ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରି ପ୍ରତ୍ୟକ୍ଷର୍ଶୀଙ୍କ ବୟାନ ଭିତ୍ତିରେ ଜଣେ ଅଭିଯୁକ୍ତର ସ୍କେଚ୍ ଜାରି କରିଥିଲେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇନଥିଲା ।
ସେହିପରି ମ୍ୟାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଚୋରି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ସଂପର୍କରେ ସୂଚନା ପ୍ରଦାନକାରୀଙ୍କୁ ଦୁଇ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘଟଣାର ତନ୍ତ କରୁଥିବା କ୍ରାଇମବ୍ରାଂଚ ଘୋଷଣା କରିଛି ।
ସୂଚନାପ୍ରଦାନକାରୀ ୦୬୭୪-୨୩୦୪୩୧୪ ଫୋନ୍ ନମ୍ବରରେ କଂଟ୍ରୋଲ ରୁମ୍କୁ ଯୋଗାଯୋଗ କରିପାରିବେ ବୋଲି କ୍ରାଇମବ୍ରାଂଚ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଗତ ମାର୍ଚ୍ଚ ୧୯ରେ ଆରମ୍ଭ ହୋଇଥିଲା ଏବଂ ୨୦ ତାରିଖ ରାତିରେ ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଜପୁର ସ୍ଥିତ ଭଗବତୀ ଉଚ୍ଚ ବିଦ୍ୟାଳୟରୁ ସାତଟି ବିଷୟର ପ୍ରଶ୍ନପତ୍ର ଚୋରି ହୋଇଯାଇଥିଲା ।
ଏହି ଘଟଣା ଜଣାପଡ଼ିବା ପରେ ପରିଷଦ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇଥିଲା ଏବଂ ଅପ୍ରେଲ
୧୭ରେ ପୁଣି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।
ଓଡ଼ିଶା ଡ଼ଟ୍ କମ୍