Site icon Odisha.com

ନିର୍ବାଚିତ ପ୍ରତିନିଧି ଚାପରେ କାହିଁକି ଇସ୍ତଫା ଦେବେ: ନବୀନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୩୦(ଓଡ଼ିଶା ଡ଼ଟ୍ କମ୍) ଗଣତାନ୍ତ୍ରିକ ପଦ୍ଧତିରେ ଜଣେ ନିର୍ବାଚିତ ଜନ ପ୍ରତିନିଧି ଚାପରେ କାହିଁକି ଇସ୍ତଫା ଦେବେ ବୋଲି ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକାଙ୍କ ଇସ୍ତଫା ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କହିଛନ୍ତି ।

ମାଓବାଦୀଙ୍କ କବଳରୁ ମୁକ୍ତ ହେବାପାଇଁ ବିଧାୟକ ହିକକା ବିଧାୟକ ତଥା ବିଜେଡ଼ିର ସଦସ୍ୟ ପଦରୁ ଇସ୍ତଫା ଦେବେ ବୋଲି ପ୍ରଜାକୋର୍ଟରେ ପ୍ରତିଶ୍ରୁତି ଦେଇଥିଲେ ।

ଅନ୍ୟପକ୍ଷରେ ବିଧାୟକ ଝିନ୍ନ ହିକକା ପତ୍ନୀ କୌଶଲ୍ୟା, ଦୁଇ ପୁଅ, ମନ୍ତ୍ରୀ ରମେଶ ମାଝୀ ଏବଂ ବିଧାୟକ ରଘୁରାମ ପୋଡାଲଙ୍କ ସହ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ହିକକାଙ୍କୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରିଥିଲେ । ବିଧାୟକ ଅପହରଣ ସମୟରେ କେଉଁ ପରିସ୍ଥିତିର ସମ୍ମୁଖିନ ହୋଇଥିଲେ ସେ ସଂପର୍କରେ ହିକକା କହିଥିଲେ ।

ଦୀର୍ଘ ୩୪ଦିନ ସେ ମାଓବାଦୀ ଶିବିରରେ ଥିଲେ ଏବଂ ବର୍ତମାନ ଏମ୍ଏଲ୍ଏ କଲୋନୀରେ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଗତ ମାର୍ଚ୍ଚ ୨୩ରେ କୋରାପୁଟ ଜିଲ୍ଲା ୟାପୁଟ ଠାରୁ ମାଓବାଦୀମାନେ ହିକକାଙ୍କୁ ଅପହରଣ କରିନେଇଥିଲେ ଏବଂ ଗତ ୨୬ରେ ମୁକ୍ତ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version