Site icon Odisha.com

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଖବରକୁ ନବୀନଙ୍କ ଅସ୍ୱୀକାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୩୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅସ୍ୱୀକାର କରିଛନ୍ତି ।

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଏବେ ଚିନ୍ତା କରାଯାଇ ନାହିଁ କିମ୍ବା ଏନେଇ ମୋର ଯୋଜନା ନାହିଁ । ସମୟ ଆସିଲେ ଆପଣମାନଙ୍କୁ ଜଣାଇ ଦିଆଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।

ପିପିଲି ଘଟଣାକୁ ନେଇ ମନ୍ତ୍ରୀମଣ୍ଡଳରୁ ପ୍ରଦୀପ ମହାରଥୀ ଓ ଔଷଧ ମଦ ମୃତ୍ୟୁକୁ ନେଇ ଅନଙ୍ଗ ଉଦୟ ସିଂହଦେଓ ଇସ୍ତଫା ଦେବାପରେ ଦୁଇଟି ମନ୍ତ୍ରୀ ପଦ ଖାଲି ପଡ଼ିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version