ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ନୂଆଦିଲ୍ଲୀ, ମଇ ୪(ଓଡ଼ିଶା ଡ଼ଟ୍ କମ୍) ୨୦୧୨-୧୩ ବର୍ଷ ନିମନ୍ତେ ରାଜ୍ୟପାଇଁ ୧୭ ହଜାର ୨୫୦କୋଟି ଟଙ୍କାର ଯୋଜନା ଅଟକଳକୁ କେନ୍ଦ୍ର ଯୋଜନା କମିଶନ ଅନୁମୋଦନ କରିଛନ୍ତି ।
ରାଜ୍ୟ ସରକାର ଯୋଜନା ଅଟକଳ ୧୭,୨୦୦ କୋଟି ଟଙ୍କା ପାଇଁ ପ୍ରସ୍ତାବ ଦେଇଥିଲେ । ରାଜ୍ୟର
ଅଭିବୃଦ୍ଧି ହାର ଓ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମରେ ଯୋଜନା କମିଶନ ସନ୍ତୋଷ ପ୍ରକାଶ କରି ଏହାକୁ ୧୭,୨୫୦ କୋଟି ଟଙ୍କାରେ ଚୁଡାନ୍ତ କରିଛନ୍ତି ।
ଯୋଜନା ଅଟକଳକୁ ଚୂଡାନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀରେଯୋଜନା କମିଶନ ଉପାଧ୍ୟକ୍ଷ ମଂଟେକ୍ ସିଂ ଆଲୁୱାଲିଆଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍