Site icon Odisha.com

କିସ୍ ଭଳି ଅନୁଷ୍ଠାନ ବିଶ୍ୱରେ ବିରଳ: ଗୁଲାମନବୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୬(ଓଡ଼ିଶା ଡ଼ଟ୍ କମ୍) ଭାରତ ସମେତ ବିଶ୍ୱରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସଂପର୍କିତ ବହୁ ଅନୁଷ୍ଠାନ ପରିଦର୍ଶନରେ ଯାଇଥିଲେ ମଧ୍ୟ କିସ୍ ଭଳି ଅନୁଷ୍ଠାନ କେଉଁଠି ଦେଖିନାହାନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଗୁଲାମନବୀ ଆଜା କହିଛନ୍ତି ।

ଶନିବାର ଆଜାଙ୍କ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ସ୍ଥିତ କିଟ୍, କିମ୍ସ ଓ କିସ୍ ଦୁଇ ଘଣ୍ଟା ପରିଦର୍ଶନ କରିବା ସହ ସମସ୍ତ କ୍ୟାମ୍ପସ୍ ବୁଲିଥିଲେ ।

ସମଗ୍ର ବିଶ୍ୱରେ କିସ୍ ଏକ ବିରଳ ଅନୁଷ୍ଠାନ । ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଭଳି ବ୍ୟକ୍ତିତ୍ୱ ମଧ୍ୟ ବିରଳ । କିସ୍ ରେ ୧୬,୫୦୦ ଆଦିବାସୀ ଛାତ୍ରଛାତ୍ରୀଙ୍କ ସେ ଦୀର୍ଘ ସମୟ ଅତିବାହିତ କରିବା ଅବସରରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇ କହିଥିଲେ ।

ଯେଉଁ ବୟସରେ ଜଣେ ସୁଖ ସମୃଦ୍ଧି ମଧ୍ୟରେ ବୁଡ଼ି ରହି ନିଜ ସ୍ୱାର୍ଥକୁ ଦୃଷ୍ଟି ଦେବା କଥା ସେ ବୟସରେ ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟକୁ ତ୍ୟାଗ କରି ସାମନ୍ତ କିସ୍ ଭଳି ଅନୁଷ୍ଠାନ ପ୍ରତିଷ୍ଠା କରିପାରିଥିବା ଦର୍ଶାଇ ତାଙ୍କୁ ଧନ୍ୟବାଦ ଦେଇଥିଲେ ।

କିସ୍ ରେ ସମସ୍ତ ଛାତ୍ରଛାତ୍ରୀ ସାମନ୍ତଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରି ଜଣେ ଜଣେ ଅଚ୍ୟୁତ ସାମନ୍ତ ହେବା ପାଇଁ ଚେଷ୍ଟା କରିବା ଉଚିତ ବୋଲି ସେ କହିଥିଲେ ।

ଏହି ଅବସରରେ ଗାନ୍ଧି ଗ୍ଲୋବାଲ୍ ଫ୍ୟାମିଲି ପକ୍ଷରୁ କିସ୍ ପରିସରରେ ସ୍ଥାପନା କରାଯାଇଥିବା ଗାନ୍ଧୀଙ୍କ ଏକ ପ୍ରତିମୂର୍ତୀକୁ ଆଜା ଉନ୍ମୋଚନ କରିଥିଲେ ।

ଏହି ଅବସରରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜଗଦୀଶ ଟାଇଟଲର, ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ପ୍ରଶାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version