ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୧୦(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାରେ ମାଓବାଦୀ ମାନଙ୍କଦୁଇଟି ଘଟଣାର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) କୁ ଦାୟିତ୍ୱ ଦିଆଯାଇଛି ।
ଉକ୍ତ ସଂସ୍ଥା ରାଜ୍ୟରେ ମାଓବାଦୀମାନେ ଚାଇନା ୱୟାରଲେସ୍ ବ୍ୟବହାର କରିବା ଏବଂ ସେମାନଙ୍କ ଆକ୍ରମଣରେ କମାଣ୍ଡର ସମେତ ଚାରି ଜଣ ବିଏସ୍ଏଫ୍ ଯବାନଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ।
ସରକାରଙ୍କ ଅନୁମୋଦନକୁ ଭିତ୍ତି କରି କେନ୍ଦ୍ର ଗୃହ ବିଭାଗ ଏହି ସଂସ୍ଥାକୁ ତଦନ୍ତ କରିବା ପାଇଁ କହିଛି । ଗତ ଡ଼ିସେମ୍ବର ମାସରେ ମାଲକାନଗିରି-କୋରାପୁଟ ଜିଲ୍ଲା ସୀମାନ୍ତ ଜଙ୍ଗଲରୁ ବିଏସ୍ଏଫ୍ଯ ବାନମାନେ ପ୍ରାୟ ୫୦ଟି ଚାଇନା ୱୟାରଲେସ୍ ଜବତ କରିଥିଲେ ।
ସେହିପରି ଗତ ଫେବୃୟାରୀ ୧୦ରେ ମାଲକାନଗିରି ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ବିଏସ୍ଏଫ୍ କମାଣ୍ଡାନ୍ଟଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ ହୋଇଥିଲା ।
ଓଡ଼ିଶାରେ ମାଓବାଦୀଙ୍କ ନିକଟରେ ଚାଇନା ପ୍ରସ୍ତୁତ ୱୟାରଲେସ ପହଞ୍ଚିବା ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେଣୁ ଏଭଳି ଘଟଣାର ତଦନ୍ତ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଏନ୍ଆଇଏକୁ ଦାୟିତ୍ୱ ଦିଆଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍