ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ନାରାୟଣପାଟଣା, ମଇ ୧୧(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲାରେ ମାଓବାଦୀମାନେ ଶୁକ୍ରବାର ପୋଲିସ ଇନ୍-ଫର୍ମର ସନ୍ଦେହରେ ଜଣେ ଠିକାଦାରଙ୍କୁ ହତ୍ୟା କରିଥିବା ପୋଲିସ କହିଛି ।
ନାରାୟଣପାଟଣା ଅନ୍ତର୍ଗତ ଜେଟାଲ ଗ୍ରାମ ନିକଟରେ ପ୍ରସାଦ ନାମକ ବ୍ୟକ୍ତିଙ୍କ ମୃତ ହଦେ ପଡ଼ିଥିବା ସକାଳୁ ଲୋକମାନେ ଦେଖିବାକୁ ପାଇଥିଲେ ।
ତେବେ ଗତକାଲି ବିଳମ୍ବିତ ରାତିରେ ସେ କାମସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।
ଓଡ଼ିଶା ଡ଼ଟ୍ କମ୍