ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୧୨(ଓଡ଼ିଶା ଡ଼ଟ୍ କମ୍) ତାମିଲନାଡ଼ୁ ରାଜଧାନୀ ଚେନ୍ନାଇରେ ଓଡ଼ିଶା ଭବନର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି ।
ଶୁକ୍ରବାର ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉସତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତା ଶୁଭ ଦେଇଛନ୍ତି ।
କେନ୍ଦ୍ରୀୟ ଚେନ୍ନାଇ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଏହି ଭବନ ପାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଆବଶ୍ୟକ ଜମି ଯୋଗାଇ ଦେଇଛନ୍ତି ।
ଦୁଇ ରାଜ୍ୟ ମଧ୍ୟରେ ଥିବା ପ୍ରାଚୀନ ସଂପର୍କ ଆଧାରରେ ଦୁଇ ରାଜ୍ୟବାସୀ ଆଗାମୀଦିନରେ ସହଯୋଗର ନୂତନ ଅଧ୍ୟାୟ ସୃଷ୍ଟି କରିପାରିବେ ବୋଲି ଏହି ଅବସରରେ ନବୀନ କହିଥିଲେ ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନବମ ଦଶନ୍ଧିର ପ୍ରଥମ ଭାଗରେ ତାଙ୍କ ସ୍ୱର୍ଗତ ପିତା ବିଜୁପଟ୍ଟନାୟକ କିଭଳି ବହୁବାର ତାମିଲନାଡୁ ଆସୁଥିଲେ ତାହା କହିଥିଲେ ।
ଚେନ୍ନାଇରେ ଓଡ଼ିଶା ଭବନ ପ୍ରତିଷ୍ଠା ହେଲେ ରାଜ୍ୟବାସୀଙ୍କର ବହୁିନର ଆଶା ପୂରଣ ହେବ ବୋଲି ସେ କହିଛନ୍ତି ।
ଚେନ୍ନାଇ ଠାରେ ୭୬ ତମ ଓଡ଼ିଶା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୟଲଳିତା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ କୁମକୁମ୍ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍