Site icon Odisha.com

ସମ୍ବଲପୁର: ମହିଳା ମାଓବାଦୀ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ମଇ ୧୨(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲା ନାକଟିେଉଳ ଅନ୍ତର୍ଗତ ଜଙ୍ଗଲରୁ ଶନିବାର ଜଣେ ମହିଳା ମାଓବାଦୀକୁ ଗିରଫ କରିଥିବା ପୋଲିସ କହିଛି ।

ହତ୍ୟା ସମେତ ବିଭିନ୍ନ ହିଂସାକାଣ୍ଡରେ ସଂପୃକ୍ତ ରେବତୀ ନାୟକକୁ ପୋଲିସ କୁମ୍ବିଂ ଅପରେଶନ ବେଳେ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ରେବତୀ ୨୦୦୩ରୁ ସିପିଆଇ ମାଓବାଦୀ ସଂଗଠନର ସମ୍ବଲପୁର-ଦେବଗଡ଼-ସୁନ୍ଦରଗଡ଼ ଜୋନାଲ କମିଟି ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ବେଳେ ତା’ ନାଁରେ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ପ୍ରାୟ ୧୫ରୁ ଅଧିକ ମାମଲା ରହିଛି, ସେ କହିଛନ୍ତି ।

ସେ ଓଡ଼ିଶା ବ୍ୟତୀତ ଝାଡ଼ଖଣ୍ଡରେ ମଧ୍ୟ ସକ୍ରିୟଥିଲା ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version