Site icon Odisha.com

ମାଓବାଦୀଙ୍କ ଭାରତ ବନ୍ଦ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୬(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ଭାରତ ବନ୍ଦ ଡ଼ାକରା ଯୋଗୁଁ ବୁଧବାର ଦକ୍ଷିଣ ଓଡ଼ିଶାର ମାଓ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

କୋରାପୁଟ ଜିଲ୍ଲା ନାରାୟଣପାଟଣା, ବନ୍ଧୁଗାଁ ଅଞ୍ଚଳରେ ଯାନବାହାନ ଓ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଠାରୁ ଚନ୍ଦ୍ରପୁର ଓ କନ୍ଧମାଳକୁ ଯାନବାହାନ ଚଳାଚଳ ବନ୍ଦ ରହିଛି ।

ଫଳରେ ଜୟପୁର, ଫୁଲବାଣୀ, ପାରଳାଖେମୁଣ୍ଡି ଅଞ୍ଚଳକୁ ଯିବାକୁ ଥିବା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ସଂପୃକ୍ତ ଅଞ୍ଚଳରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

ସିପିଆଇ ମାଓବାଦୀ ସଂଗଠନର ଶ୍ରୀକାକୁଲମ୍-କୋରାପୁଟ ଡ଼ିଭିଜନ୍ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡ଼ାକରାକୁ ଦୃଷ୍ଟିରେ ରଖି ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ଗଜପତି ଆଦି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଏହି ଜିଲ୍ଲା ଗୁଡ଼ିକୁ ଯାଉଥିବା ସରକାରୀ ବସ୍ ଗୁଡ଼ିକୁ ବାତିଲ କରିିଆଯାଇଥିବା ବେଳେ ଘରୋଇ ବସ୍ ଓ ଅନ୍ୟାନ୍ୟ ଯାନବାହାନ ଚଳାଚଳ କରୁଛି ।

କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଏନ୍ସିଟିସିକୁ ବିରୋଧ କରି ମାଓବାଦୀମାନେ ଏହି ବନ୍ଦ ଡ଼ାକରା ଦେଇଥିବା ବେଳେ ଗ୍ରୀନହଣ୍ଟ ଅପରେସନ ଏବଂ ସିଆର୍ପିଏଫ୍ କ୍ୟାମ୍ପ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version