ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ମଇ ୧୭(ଓଡ଼ିଶା ଡ଼ଟ୍ କମ୍) ମହାନଦୀ ରେ ମିନି ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କୁ ଫିଙ୍ଗିଦେବା ଘଟଣାରେ ପୋଲିସ ଗୁରୁବାର ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।
ପୋଲିସର ଏକ ଦଳ ଢେଙ୍କାନାଳରୁ ସୁପାରିକିଲର ପିନ୍ଟୁ ଓରଫ ଶୁଭେନ୍ଦୁ ବିଶ୍ୱାଳକୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।
ଗତ ୧୫ ତାରିଖରେ ଜଟଣିରୁ ପ୍ରଶାନ୍ତ କୁମାର ସାହୁ ଏବଂ ବିଜୁ ଓରଫ୍ ବିଜନ କୁମାର ମଲ୍ଲିକକୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ କାର ଓ ଦେଢ଼ଲକ୍ଷ ଟଙ୍କା ଜବତ କରିଥିଲା ।
ଗତ ୮ ତାରିଖରେ ମହାନଦୀ ତଳେ କେତେକ ଲୋକ ସଂପୃକ୍ତ ମହିଳାଙ୍କ ଚିତ୍କାର ଶୁଣି ପୋଲିସକୁ ଖବର ଦେବା ପରେ ତାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲା ।
ପୂର୍ବରୁ ଏହି ମାମଲାରେ ଅବସରପ୍ରାପ୍ତ ଅତିରିକ୍ତ ଦୌରାଜଜ୍ ସମୀର କୁମାର ରାୟ, ଗୀତିକା ରାୟ, ସତ୍ୟବ୍ରତ ରାୟ ଓ ଇଲେକ୍ଟ୍ରିସିଆନ ପ୍ରଶାନ୍ତ ଦାସକୁ ପୋଲିସ ଗିରଫ କରିଥିଲା ।
ଓଡ଼ିଶା ଡ଼ଟ୍ କମ୍