ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୨୧(ଓଡ଼ିଶା ଡ଼ଟ୍ କମ୍) ଆୟ ବର୍ହିଭୂତ ସଂପତି ଠୁଳ ମାମଲାର ବିଚାର କରି ସ୍ଥାନୀୟ ଅଦାଲତ ସୋମବାର ପୂର୍ବତନ ଯୁଗ୍ମ କୃଷି ନିର୍ଦ୍ଦେଶକ ରାମଚନ୍ଦ୍ର ନାୟକଙ୍କୁ ଏକବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ନାୟକଙ୍କୁ ଦଣ୍ଡାଦେଶ ସହ ଦଶ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିବା ବେଳେ ଜରିମାନା ଅନାୟେ ଅଧିକଦୁଇମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି ।
ରାମଚନ୍ଦ୍ର କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଥିବା ବେଳେ ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୧୯୯୪ ଜୁଲାଇ ୩୦ରେ ଚଢ଼ାଉ କରିଥିଲା ।
ଭୁବନେଶ୍ୱର ଶାସ୍ତ୍ରୀନଗରସ୍ଥିତ ଘର, ଗଞ୍ଜାମ ଜିଲା କବିସୂର୍ଯ୍ୟନଗରରେ ଥିବା ପୈତୃକ ବାସଭବନ ସହ ଚାରୋଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା ।
ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ଅଦାଲତରେ ଚାର୍ଜସିଟ ଦାଖଲ କରାଯାଇଥିଲା । ୧ ଲକ୍ଷ ୮୭ ହଜାର ଟଙ୍କାର ଆୟ ବର୍ହିଭୂତ ସଂପତି ଥିବା ପ୍ରମାଣିତ ହୋଇଥିଲା ।
ଓଡ଼ିଶା ଡ଼ଟ୍ କମ୍