ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୨୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ୍ ନେଇ ବିଧାନସଭା ଗୃହ କମିଟି ଉଦ୍ଦବେଗ ପ୍ରକାଶ କରିଛି ।
ବିଦ୍ୟୁତ କାଟ୍ ଯୋଗୁଁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ କମିଟି ପରାମର୍ଶ ଦେଇଛି ।
ବିଦ୍ୟୁତ କାଟ୍ କୁ ବୈଠକରେ ଉପସ୍ଥିତ ବିଧାୟକମାନେ ବିରୋଧ କରିବା ସହ ଏଥିପାଇଁ ଘରୋଇ ବଂଟନ କମ୍ପାନୀଙ୍କୁ ଦାୟୀ କରିଛନ୍ତି ।
ରାଜ୍ୟରେ ଅସହ୍ୟ ଗରମ ଅନୁଭୁତ ହେବା ସହ ନଈ, ପୋଖରୀ ଓ କୂଅ ଇତ୍ୟାଦି ସୁଖି ଗଲାଣି । ଏହି
ସମୟରେ ବାରମ୍ବାର ବିଦ୍ୟୁତ କାଟ୍ ବେଡି ଉପରେ କୋରଡା ଭଳି ହୋଇଛି ବୋଲି ସେମାନେ କହିଛନ୍ତି ।
ତେବେ ରାଜ୍ୟରେ ତିନିଟି ଅଲଟ୍ରା ପାୱାର ପ୍ଳାଣ୍ଟ ପ୍ରତିଷ୍ଠା କରାଯିବ ଏବଂ ସେଥିରୁ ସୁନ୍ଦରଗଡ ଜିଲ୍ଲାର ବେଡାବାହାଲରେ ଗୋଟିଏ ପାଇଁ ସ୍ଥାନ ନିରୂପଣ ହୋଇଥିବା ବେଳେ ଅନ୍ୟଦୁଇଟି ବଲାଙ୍ଗିର ଓ ଭଦ୍ରକ ଜିଲ୍ଲାରେ ପ୍ରତିଷ୍ଠା ହେବ ବୋଲି ମୁଖ୍ୟ ଶାସନ ସଚିବ ଏକ ସମୀକ୍ଷା ବୈଠକରେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍