Site icon Odisha.com

ବିପୁଳ ପରିମାଣର ସ୍କ୍ରାପ୍ ଜବତ,ପୂର୍ବତନ କାଉନ୍ସିଲର ଗିରଫ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାଦ୍ବୀପ, ମଇ ୨୭(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଅଞ୍ଚଳରେ ବିପୁଳ ପରିମାଣର ବେଆଇନ ସ୍କ୍ରାପ୍ ଜବତ କରିବା ସହ ଜଣେ ପୂର୍ବତନ କାଉନ୍ସିଲରଙ୍କୁ ଗିରଫ କରିଥିବା ପୋଲିସ ରବିବାର କହିଛି ।

ଷଣ୍ଢକୁଦ ଅଂଚଳରୁ ଏହି ସ୍କ୍ରାପ୍ ଜବତ କରିଥିବା ବେଳେ ପୂର୍ବତନ କାଉନ୍ସିଲର ପ୍ରଫୁଲ୍ଲ ପରିଜାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ତୈଳ ବିଶୋଧନାଗା ପ୍ରକଳ୍ପ ନିର୍ମାଣ ସ୍ଥାନରୁ ଏହି ଲୁହା ସାମଗ୍ରୀ ସବୁ ଚୋରି କରିବା ପାଇଁ ପରିଜା କେତେକ ଅସାମାଜିକ ବ୍ୟକ୍ତିଙ୍କୁ ନିୟୋଜିତ କରିଥିଲେ । ଚୋରି ପରେ ସାମଗ୍ରୀ ଗୁଡ଼ିକୁ ସେମାନେ କିଲୋଗ୍ରାମ ହିସାବରେ ବିକ୍ରି କରୁଥିଲେ ବୋଲି ପୋଲିସ କହିଛି ।

ତେବେ ଶନିବାର ରାତିରେ ସଂପୃକ୍ତ ବ୍ୟକ୍ତିମାନେ ଜଣେ ବ୍ୟବସାୟୀଙ୍କୁ ୧୫ କ୍ୱିଣ୍ଟାଲ ଲୁହା ସାମଗ୍ରୀ ବିକ୍ରି କରିଥିଲେ । ସଂପୃକ୍ତ ବ୍ୟକ୍ତି ସେଗୁଡ଼ିକ ଟ୍ରକରେ ନେବା ବେଳେ ପୋଲିସ ଖବର ପାଇଁ ଚଢାଉ କରିଥିଲା ଏବଂ ଜବତ କରିଥିଲା ବୋଲି ସେ କହିଛନ୍ତି ।

ଜବତ ସାମଗ୍ରୀ ଗୁଡ଼ିକ ମଧ୍ୟରେ ଆଲୁମିନିୟମ, ଲୁହା ଛଡ଼, ପ୍ଲେଟ, ତାର ଏବଂ କେତେକ ନୂଆ ବ୍ୟବହାର ହୋଇନଥିବା ଜିନିଷ ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version